ଇନ୍ଦୋର: ମଧ୍ୟପ୍ରଦେଶରେ ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ପରିସ୍ଥିତି ଏପରି ହୋଇଥିଲା ଯେ ଯାତ୍ରୀଙ୍କୁ ଟ୍ରେନରୁ ଡେଇଁ ନିଜ ଜୀବନ ବଞ୍ଚାଇବାକୁ ପଡ଼ିଥିଲା। ଏହା ଫଳରେ କେତେକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଏହି ଡିଏମୟୁ ଟ୍ରେନଟି ଇନ୍ଦୋରରୁ ରତଲାମ ଅଭିମୁଖେ ଆସୁଥିଲା। ରୁନିଜା ଓ ପ୍ରୀତମ ନଗର ମଧ୍ୟରେ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଥିଲା। ଟ୍ରେନଟି ଦ୍ରୁତ ଗତିରେ ଚାଲୁଥିବାରୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ପାଇଁ କୌଣସି ବାଟ ନଥିଲା। ତେବେ ସ୍ଥାନୀୟ ଲୋକ ଓ ରେଳ କର୍ମଚାରୀ ନିଆଁକୁ ଆୟତ୍ତ କରିବାରେ ନିୟୋଜିତ ହୋଇଥିଲେ। ସ୍ଥାନୀୟ କୃଷକମାନେ ନିଜ ମୋଟର ପମ୍ପ ଓ ପାଇପ ସାହାଯ୍ୟରେ ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲେ ଏବଂ ସେମାନଙ୍କ ତତ୍ପରତା ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଘଟଣା ପରେ ଟ୍ରେନ୍କୁ ରତଲାମକୁ ଆଣିବା ପାଇଁ ଏକ ବିକଳ୍ପ ଇଞ୍ଜିନ ବ୍ୟବହାର କରାଯାଇଥିଲା। ରେଳ ପ୍ରଶାସନ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି।
ଏହା ପୂର୍ବରୁ ଶନିବାର-ରବିବାର ମଧ୍ୟରାତ୍ରିରେ ମୁମ୍ବାଇର ବାନ୍ଦ୍ରା ଟର୍ମିନାସ୍ ଷ୍ଟେସନରେ ଦଳାଚକଟା ସୃଷ୍ଟି ହୋଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇରୁ ଗୋରଖପୁର ଅଭିମୁଖେ ଯାଉଥିବା ଟ୍ରେନ୍ ପ୍ଲାଟଫର୍ମରେ ପହଞ୍ଚିବା ପରେ ତରବରିଆ ଭାବେ ଟ୍ରେନରେ ଚଢ଼ିବା ପାଇଁ ଧସ୍ତାଧସ୍ତି ହୋଇଥିଲା, ଯେଉଁଥିରେ ପ୍ରାୟ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/10/27/zmPfYslAvZGmbj1lDyhx.jpeg)