ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ୬ ମୃତ

ମୁମ୍ବାଇ : ମୁମ୍ବାଇର ପୂର୍ବ ଅନ୍ଧେରି ସ୍ଥିତ ମାରୋଲ୍‌ରେ  ୫ ମହଲା ବିଶିଷ୍ଟ ଇଏସ୍‌ଆଇସି କାମଗାର ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ୧୪୬ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟ‌ରେ ଏକ ୨ ମାସର ଶିଶୁ ଥିବା ଜଣାପଡ଼ିଛି।  ଦିନ ପ୍ରାୟ ୪ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ୧୬୦ରୁ ଊର୍ଦ୍ଧ୍ବ ‌ରୋଗୀ ହସ୍ପିଟାଲ୍‌ରେ ଚିକିତ୍ସିତ ଥିଲେ। ତେବେ ରୋଗୀଙ୍କ ସମେତ ଅଧିକାଂଶ ଲୋକ ନିଆଁରୁ ନିଜକୁ ରକ୍ଷା‌ କରିବାପାଇଁ ହସ୍ପିଟାଲ୍‌ ଛାତ ଉପରୁ ଡେଇଁ ପଡ଼ିଥିବାରୁ ଆହତ ହୋଇଛନ୍ତି। ପାଖାପାଖି ୧୦୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଇସିୟୁ ବିଭାଗରୁ ଦୁଇ ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ୧୦ ଜଣ ରୋଗୀଙ୍କୁ ନିକଟସ୍ଥ କପର ହସ୍ପିଟାଲ୍‌ ନିଆଯାଇଥିବା ବେଳେ ୩ ଜଣଙ୍କୁ ଟ୍ରମା କେୟାର ହସ୍ପିଟାଲ୍‌ ଏବଂ ୧୫ ଜଣଙ୍କୁ ସେଭେନ୍‌ ହିଲ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା ୧୦ଟି ଫାୟାର ଇଞ୍ଜିନ୍‌, ୬ଟି ଟ୍ୟାଙ୍କର। ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ୧୬ ଆମ୍ବୁଲାନ୍ସ ବ୍ୟବହ‌ୃତ ହୋଇଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ଏଯାବତ୍‌ ଜଣାପଡ଼ିନି।

ସମ୍ବନ୍ଧିତ ଖବର