ମୁମ୍ବାଇ: ଶନିବାର ସକାଳେ ‘ଆଇଏନ୍ଏସ୍ ବିକ୍ରମାଦିତ୍ୟ’ରେ ଛୋଟଧରଣର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନି ନିର୍ବାପନ କରାଯାଇଛି ଏବଂ ସେଥିରେ ଥିବା ସମସ୍ତ କର୍ମଚାରୀ ନିରାପଦ ଅଛନ୍ତି ବୋଲି ଏକ ବିବୃତିରେ ନୌସେନାର ଜଣେ ମୁଖପାତ୍ର କହିଛନ୍ତି।
ବିବୃତିରେ ଉଲ୍ଲେଖ ଅଛି, ନାବିକମାନଙ୍କ ରହିବା ପାଇଁ ଥିବା ଅଂଶରୁ ଧୂଆଁ ଉଠୁଥିବା ‘ଡିୟୁଟି ଷ୍ଟାଫ୍’ମାନେ ଦେଖିଥିଲେ। ତେଣୁ, ନିଆଁ ଲିଭାଇବା ପାଇଁ ଜାହାଜରେ ଥିବା ‘ଡିୟୁଟି’ କର୍ମଚାରୀମାନେ ଅବିଳମ୍ବେ ଉଦ୍ୟମ ଆରମ୍ଭ କରିଥିଲେ। ଜାହାଜରେ ଥିବା ସମସ୍ତ କର୍ମଚାରୀଙ୍କ ସହ କଥାବାର୍ତ୍ତା କରାଯାଇଛି ଏବଂ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ। ଅଗ୍ନିକାଣ୍ଡର କାରଣ ନିର୍ଦ୍ଧାରଣ ନିମନ୍ତେ ତଦନ୍ତାଦେଶ ଦିଆଯାଇଛି।
ସମ୍ପ୍ରତି ଲଢୁଆ ବିମାନବାହୀ ଏହି ଯୁଦ୍ଧପୋତଟି କର୍ଣ୍ଣାଟକର କର୍ୱାର୍ ବନ୍ଦରରେ ଅବସ୍ଥାନ କରୁଛି।
Image Courtesy of NDTVଭାସମାନ ବିମାନଘାଟି ‘ଆଇଏନ୍ଏସ୍ ବିକ୍ରମାଦିତ୍ୟ’ର ହାରାହାରି ଦୈର୍ଘ୍ୟ ୨୮୪ ମିଟର ଏବଂ ପ୍ରସ୍ଥ ୬୦ ମିଟର। ଅର୍ଥାତ୍ ୩ଟି ଫୁଟ୍ବଲ୍ ପଡ଼ିଆକୁ ଏକତ୍ର କଲେ ଯାହା କ୍ଷେତ୍ରଫଳ ମିଳିବ, ‘ଆଇଏନ୍ଏସ୍ ବିକ୍ରମାଦିତ୍ୟ’ ତା’ସହ ସମାନ ହେବ।
Image Courtesy of India Today୨୨ଟି ଡେକ୍ ଥିବା ଏହି ୨୦ ମହଲା ଅଟ୍ଟାଳିକା ଉଚ୍ଚ ଜାହାଜରେ ୧୬୦୦ କର୍ମଚାରୀ ଅଛନ୍ତି। ୨୦୧୩ରେ ରୁଷ୍ରୁ କିଣାଯାଇଥିବା ଏହି ‘କିଏଭ୍-କ୍ଲାସ୍ ବିମାନବାହୀ ଯୁଦ୍ଧ ଜାହାଜ’କୁ କିଂବଦନ୍ତି ସମ୍ରାଟ ବିକ୍ରମାଦିତ୍ୟଙ୍କ ନାମାନୁସାରେ ପୁନଃନାମିତ କରାଯାଇଥିଲା।
ଏହାର ପ୍ରକୃତ ନାଁ ଥିଲା ‘ବାକୁ’ ଏବଂ ୧୯୮୭ରେ ଏହା ତତ୍କାଳୀନ ସୋଭିଏତ୍ ସଂଘର ରୁଷୀୟ ନୌସେନାରେ ସାମିଲ ହୋଇଥିଲା। ଚଳାଇବା ବ୍ୟୟସାପେକ୍ଷ ହେବାରୁ ୧୯୯୬ରେ ଏହାକୁ ରୁଷୀୟ ନୌସେନା ହଟାଇ ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/INS-Vikrant-Burnt_Thumbnail.jpg)