ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭାଦୋଇସ୍ଥିତ ଏକ ଦୁର୍ଗାମଣ୍ଡପରେ ରବିବାର ମହାସପ୍ତମୀ ପୂଜା ଚାଲିଥିବାବେଳେ ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ୪୨ ଲୋକ ଗୁରୁତର ହୋଇଛନ୍ତି। ଆଉରାଇ ଥାନା ଅଧୀନ ଏହି ପୂଜା ମଣ୍ଡପରେ ଏଭଳି ଅଘଟଣର ତଦନ୍ତ କରୁଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ ଗୌରାଙ୍ଗ ରଥି।
ଘଟଣା ପରେ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ରଥିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯାଇ ସେଠାରୁ ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ଅତି ସାଂଘାତିକ ଭାବେ ଜଳିଯାଇଥିବା ୩୩ ଜଣଙ୍କୁ ବାରଣାସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୯ ଜଣଙ୍କୁ ସ୍ଥାନୀୟ ହାସପାତାଳରେ ଭର୍ତ୍ତି କରାଯାଇଛି। ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବାବେଳେ ଅଗ୍ନିକାଣ୍ଡ ବେଳେ ପ୍ରାୟ ୩୦୦ ଜଣ ଉପସ୍ଥିତ ଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/17-1.jpg)