ମୁମ୍ବାଇ- ହାଓ୍ଵଡ଼ା ଲୋକମାନ୍ୟତିଲକ ଏକ୍ସପ୍ରେସରେ ଲାଗିଲା ନିଆଁ, ଭୟରେ ତଳକୁ ଡେଇଁଲେ ଯାତ୍ରୀ

ଲୋଟାପାହାଡ଼ : ଚଳନ୍ତା ଟ୍ରେନରେ ହଠାତ୍‌ ନିଆଁ ଲାଗିଯିବାରୁ ଭୟରେ ଯାତ୍ରୀମାନେ ତଳକୁ ଡେଇଁଥିବା ଜଣା ପଡ଼ିଛି । ମୁମ୍ବାଇ- ହାୱାଡା ଲୋକମାନ୍ୟତିଲକ ଏକ୍ସପ୍ରେସରେ ହଠାତ ନିଆଁ ଲାଗିବାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଟ୍ରେନରେ ଏଭଳି ଘଟଣା ଝାଡଖଣ୍ଡର ଲୋଟାପାହାଡ-ଚକ୍ରଧରପୁର ମଧ୍ୟରେ ଘଟିଛି । ଟ୍ରେନର ଏସ -୧୧ବଗି ତଳୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ଟ୍ରେନର ଚେନ ଟାଣି ଲୋଟାପାହାଡ ନିକଟରେ ଟ୍ରେନକୁ ଅଟକାଇଥିଲେ ଯାତ୍ରୀ ।

ଭୟଭୀତ ହୋଇ ଯାତ୍ରୀମାନେ ତଳକୁ ଓହ୍ଲାଇପଡିଥିବା ବେଳେ ପରେ ଚକର ବ୍ରେକ ସିଷ୍ଟମରେ ନିଆଁ ଲାଗି ସାମାନ୍ୟ ଧୂଆଁ ବାହାରିଥିଲା ବୋଲି ଜଣାପଡିଥିଲା । ୪୫ମିନିଟ ଧରି ଟ୍ରେନ ଅଟକି ରହିଥିବା ବେଳେ ଏହାକୁ ଠିକ କରି ଆଗକୁ ବଢ଼ିଥିଲା ଟ୍ରେନ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ କାହିଁକି ଚଳନ୍ତା ଟ୍ରେନରେ ନିଆଁ ଲାଗିଲା ତାହାର ତଦନ୍ତ ହେବ ବୋଲି ଜଣାଯାଇଛି । ଏହା ପୂର୍ବରୁ ବାଲେଶ୍ୱରରେ ରାଜଧାନୀ ଟ୍ରେନରେ ନିଆଁ ଲାଗିଥିଲା ।

ସମ୍ବନ୍ଧିତ ଖବର