ଦୂରନ୍ତ ଏକ୍ସପ୍ରେସ୍‌ରେ ନିଆଁ ଆତଙ୍କ

ନୂଆଦିଲ୍ଲୀ : ବେଙ୍ଗାଲୁରୁ-ହାୱଡ଼ା ଦୂରନ୍ତ ଏକ୍ସପ୍ରେସ୍‌ରେ ରବିବାର ଦିନ ଏକ ବଗିରୁ ଧୂଆଁ ବାହାରିବା ପରେ ଯାତ୍ରୀ ମହଲରେ ଆତଙ୍କ ଖେଳିଯାଇଥିଲା। ଟ୍ରେନ୍‌ରେ ନିଆଁ ଲାଗି ଯାଇଥିବା ଆଶଙ୍କା କରି ଯାତ୍ରୀମାନେ ପ୍ରାଣ ବିକଳରେ ଓହ୍ଲାଇଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇଥିଲା। ଟ୍ରେନ୍‌ର ବ୍ରେକ୍‌ ବ୍ୟବସ୍ଥାରେ କେତେକ ତ୍ରୁଟି ଯୋଗୁଁ ଘର୍ଷଣ ପ୍ରକ୍ରିୟାରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ବୋଲି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି। ଟ୍ରେନ୍‌ ଚିତ୍ତୋର ଜିଲ୍ଲାର କୁପ୍ପମ ଷ୍ଟେସନ୍‌ରେ ପହଞ୍ଚିବା ପୂର୍ବରୁ ଗୋଟିଏ ବଗିରୁ ଧୂଆଁ ଉଠିଥିଲା ଏବଂ ଷ୍ଟେସନରେ ପହଞ୍ଚିବା ମାତ୍ରେ ଏହି ତ୍ରୁଟି ସୁଧାରିବା ପାଇଁ ପଦକ୍ଷେପ ନିଆଯାଇଥିଲା।

ସମ୍ବନ୍ଧିତ ଖବର