ନୂଆଦିଲ୍ଲୀ: ତେଲେଙ୍ଗାନାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମଞ୍ଚରିଆଲା ଜିଲ୍ଲାର ମଣ୍ଡାମାରୀ ମଣ୍ଡଳ ଅନ୍ତର୍ଗତ ଭେଙ୍କଟପୁରରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଜିଅନ୍ତା ଜଳି ଯାଇଛନ୍ତି। ସର୍କଲ ପୁଲିସ ଇନ୍ସପେକ୍ଟର ପ୍ରମୋଦ କୁମାର କହିଛନ୍ତି, ପରିବାରର ମୁଖିଆ ଶିବାୟ (୫୦), ତାଙ୍କ ପତ୍ନୀ ପଦ୍ମା (୪୫), ପଦ୍କାଙ୍କ ବଡ଼ ଭଉଣୀଙ୍କ ଝିଅ ମୌନିକା (୨୩) ଏବଂ ତାଙ୍କ ୨ ଝିଅ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି। ଗତରାତିରେ ସେମାନେ ଶୋଇଥିବା ସମୟରେ ଘରେ ନିଆଁ ଲାଗି ଯାଇଥିଲା। ରାତି ପ୍ରାୟ ୧୨ରୁ ୧୨.୩୦ ମଧ୍ୟରେ କୁମାରଙ୍କ ପଡ଼ୋଶୀମାନେ ତାଙ୍କ ଘରେ ନିଆଁ ଦେଖିବାପରେ ଗ୍ରାମବାସୀଙ୍କୁ ଜଣାଇଥିଲେ ଏବଂ ପରେ ପୁଲିସରେ ଖବର ଦେଇଥିଲେ। କିନ୍ତୁ ପୁଲିସ ପହଞ୍ଚିବାବେଳକୁ ସମସ୍ତ ୬ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ସ୍ପଷ୍ଟ ଜଣାପଡ଼ିନଥିଲେ ମଧ୍ୟ ସର୍ଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି ବୋଲି ସନ୍ଦେହ କରାଯାଉଥିବା ଡିସିପି କହିଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି ଏବଂ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp