ଅମରାବତୀ: ଆନ୍ଧ୍ରପ୍ରଦେଶର ଏଲୁରୁରେ ବାଣ ବିସ୍ଫୋରଣ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏହି ଘଟଣାର ଏକ ସିସିଟିଭି ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ।
ଭିଡିଓରେ ଦେଖାଯାଉଛି ଯେ ରାସ୍ତାରେ କିଛ ଲୋକ ଛିଡ଼ା ହୋଇ କଥା ହେଉଥିଲେ । ଏହି ସମୟରେ ଏକ ଦୁଇଜମ ଲୋକ ସ୍କୁଟରରେ ସେହି ବାଟ ଦେଇ ଯାଉଥିଲେ । ସେମାନେ ହାତରେ ଏକ ପଲିଥିନ ବ୍ୟାଗରେ ବାଣ ନେଇ ଯାଉଥିଲେ । ସ୍କୁଟରଟି ଛି଼ଡ଼ା ହୋଇଥିବା ଲୋକମାନଙ୍କ ନିକଟ ଦେଇ ଅତିକ୍ରମ କରୁଥିବା ସମୟରେ ବ୍ୟାଗଟି ହଠାତ ଛିଣ୍ଡିପଡ଼ିବାରୁ ବାଣଗୁଡିକ ତଳେ ପଡ଼ିଯାଇଥିଲା, ଫଳରେ ସେଥିରେ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।
ଘଟଣାର ତଦନ୍ତରୁ ଜଣାପଡିଛି ଯେ ଦୀପାବଳି ପାଇଁ ଏସବୁ ବାଣ ନିଆଯାଉଥିବାବେଳେ ଏହି ବିସ୍ଫୋରଣ ଘଟିଛି । ସ୍କୁଟିରେ ବସିଥିବା ଜଣେ ଯୁବକଙ୍କ ବାଣ ବ୍ୟାଗ୍ ତଳକୁ ଖସିପଡ଼ିବାରୁ ଏହି ବିସ୍ଫୋରଣ ଘଟିଥିଲା।
ଘଟଣାର ତଦନ୍ତରୁ ଜଣାପଡିଛି ଯେ ଦୀପାବଳି ପାଇଁ ଏସବୁ ବାଣ ନିଆଯାଉଥିବାବେଳେ ଏହି ବିସ୍ଫୋରଣ ଘଟିଛି । ସ୍କୁଟିରେ ବସିଥିବା ଜଣେ ଯୁବକଙ୍କ ବାଣ ବ୍ୟାଗ୍ ତଳକୁ ଖସିପଡ଼ିବାରୁ ଏହି ବିସ୍ଫୋରଣ ଘଟିଥିଲା। ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ସ୍କୁଟିରେ ଯାଉଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଛିଡ଼ା ହୋଇଥିବା ଲୋକମାନେ ଆହତ ହୋଇଛନ୍ତି । ପୂର୍ବରୁ ଏହି ଘଟଣା ଘଟିବା ପରେ ଧୂଆଁ ଯୋଗୁଁ ସ୍ଥିତି ସ୍ପଷ୍ଟ ହୋଇନଥିଲା। ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ଦୀପାବଳି ବାଣ ବିସ୍ଫୋରଣ ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଥିଲା। ପୁଲିସ ଏହି ଘଟଣାର ତଦନ୍ତ କରୁଛି ।