ବାଣକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇ ପାରିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପାର୍ବଣରେ ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇ ପାରିବ ନାହିଁ। ସବୁଜ ବାଣ (ଅପେକ୍ଷାକୃତ କମ୍ ପ୍ରଦୂଷଣ କରୁଥିବା ବାଣ) କୁ ଲୋକମାନେ ଫୁଟାଇ ପାରିବେ। ପୂର୍ବରୁ ପଶ୍ଚିମବଙ୍ଗରେ ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ କଟକଣା ଲଗାଇଥିବା କଲିକତା ହାଇକୋର୍ଟର ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେବା ସହିତ ଏହା କହିଛନ୍ତି। ‌ତେବେ ଏହାର ଅପବ୍ୟବହାର ରୋକିବା ପାଇଁ ଦୃଢ଼ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିଷିଦ୍ଧ ବାଣ ଏବଂ ଏସଂକ୍ରାନ୍ତ ସାମଗ୍ରୀ ରାଜ୍ୟ ମଧ୍ୟକୁ ଯେଭଳି ତାହା ଆସି ନପାରିବ ତାହାକୁ ଦେଖିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି।ବାଣ ସଂକ୍ରାନ୍ତ ଅନ୍ୟ ମାମଲାର ପୂର୍ବ ରାୟ ଆଧାରରେ ସୁପ୍ରିମକୋର୍ଟ ଏହା କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟକୁ ଆସୁଥିବା ବାଣର ସମ୍ପୂର୍ଣ୍ଣ ପରୀକ୍ଷାକୁ ପଶ୍ଚିମ ବଙ୍ଗ ସରକାର ସୁନିଶ୍ଚିତ କରିବା ଦରକାର। ଗ୍ରିନ୍‌ ବା ସବୁଜ ବାଣ ପରୀକ୍ଷା କରିବା ପାଇଁ ବହୁ ଆଗରୁ ବିଧିବଦ୍ଧ ବ୍ୟବସ୍ଥା ରହିଛି। ତେଣୁ ବାଣକୁ ପରୀକ୍ଷା କରିବାରେ ଅସୁବିଧା ନାହିଁ।

ସମ୍ବନ୍ଧିତ ଖବର