ସୋନିପତ୍: ଖେଳନା ବନ୍ଧୁକ ଦେଖାଇବା ସହିତ ଗୁଳି ମାରିଦେବୁ ବୋଲି ଧମକ ଦେଇ ହରିୟାଣା ଅନ୍ତର୍ଗତ ସୋନିପତସ୍ଥିତ ‘ଫ୍ଲିପ୍କାର୍ଟ’ ଅଫିସ୍ରୁ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ମଙ୍ଗଳବାର ଦିନ ଗୋହାନା ପୁଲିସ ୨ଜଣଙ୍କୁ ଗିରଫ କରିଛି।
ଏହି ଡକାୟତିରେ ସମ୍ପୃକ୍ତ ୩ୟ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ଓ ତାଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଛି।
ପୁଲିସ କହିଛି, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁମିତ ହେଉଛନ୍ତି ‘ଫ୍ଲିପ୍କାର୍ଟ’ର ପୂର୍ବତନ କର୍ମଚାରୀ। ଗତ ମାସରେ ତାଙ୍କୁ ‘ଫ୍ଲିପ୍କାର୍ଟ’ ଚାକିରିରୁ ବହିଷ୍କାର କରିଥିଲା। ତେଣୁ, ସାଥୀ ଅନୀଲ ଟାଇଗର୍ ଓ ସନ୍ଦୀପଙ୍କ ସହିତ ମିଶି ‘ଫ୍ଲିପ୍କାର୍ଟ’ ଅଫିସ୍ରୁ ଚୋରି କରିବା ଲାଗି ସେ ଯୋଜନା କରିଥିଲା।
/sambad/media/post_attachments/2e2e700fb2f93adf55c7818e64084fcdc688d1d31112d13207dc0c0d246801f2.jpeg)
ତିନିହେଁ ମିଶି ଅକ୍ଟୋବର ୧୬ ତାରିଖ ଦିନ ଡକାୟତି କରିଥିଲେ। ଗୋହାନା ଡେପୁଟି ପୁଲିସ କମିସନର୍ ଭାରତୀ ଦାବାସ କହିଛନ୍ତି, ଦୀପାବଳି ବେଳକୁ ‘ଫ୍ଲିପ୍କାର୍ଟ’ ଅଫିସ୍କୁ ଅଧିକ ଟଙ୍କା ଆସିଥାଏ ବୋଲି ମୁଖ୍ୟ ଅଭିଯୁକ୍ତ ସୁମିତ ଜାଣିଥିଲା। ସେହି ଅନୁସାରେ ସେ ସେଠାରେ ଡକାୟତି ବା ଲୁଟ୍ କରିବା ଲାଗି ଯୋଜନା କରିଥିଲା।
ଅକ୍ଟୋବର ୧୬ ତାରିଖ ଦିନ ତିନିଜଣ ଗୋଟାଏ ଖେଳନା ବନ୍ଧୁକ ଦେଖାଇ ‘ଫ୍ଲିପ୍କାର୍ଟ’ ଅଫିସ୍ରୁ ଟଙ୍କା ଲୁଟ୍ କରିବା ସହିତ ଉପସ୍ଥିତ ଲୋକଙ୍କୁ ଅଟକାଇ ଥିଲେ। ମଙ୍ଗଳବାର ଦିନ ଅର୍ଥାତ୍ ଗତକାଲି ପୁଲିସ ସୁମିତ ଓ ଅନୀଲଙ୍କୁ ଗିରଫ କରିଛି। ତୃତୀୟ ଅଭିଯୁକ୍ତ ସନ୍ଦୀପ ଫେରାର ହୋଇଯାଇଛନ୍ତି।
ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୬.୩ ଲକ୍ଷ ଟଙ୍କା, ଖେଳନା ବନ୍ଧୁକ ଓ ଗୋଟାଏ କାର୍ ଜବତ କରିଛି। ଅଭିଯୁକ୍ତମାନେ ଚୋରି କରିଥିବା ବାକି ଟଙ୍କା ବିଷୟରେ ପୁଲିସ ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/TG.jpg)