ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ରୋଚକ ଘଟଣା ସାମନାକୁ ଆସିଛି । ଜଣେ ବସ୍ ମାଲିକ ଗାଳି ଦେଇ ଚାକିରିରୁ ବାହାର କରିଦେବାରୁ ଜଣେ କଣ୍ଡକ୍ଟର ଏକ ଅଭିନବ ଉପାୟରେ ପ୍ରତିଶୋଧ ନେଇଛି । ତେବେ ଯେଉଁ ଉପାୟରେ କଣ୍ଡକ୍ଟର ପ୍ରତିଶୋଧ ନେଇଥିଲା ତାହା ସମଗ୍ର ଇନ୍ଦୋର ସହରରେ ଚର୍ଚ୍ଚାର ବିଷୟ ହୋଇଛି ।
ଘଟଣାଟି ଏହିପରି.. ଇନ୍ଦୋରରୁ ସତନା ଯାଉଥିବା ସୁଖିଜା ବସ ସର୍ଭିସର ମାଲିକ ହେଉଛନ୍ତି ସତୀଶ ସୁଖିଜା । କିଛି ଦିନ ତଳେ ସତୀଶ ବସର କଣ୍ଡକ୍ଟର ସଲମାନ ଖାଁଙ୍କୁ ଗାଳି ଦେଇ ଚାକିରିରୁ ବାହାର କରିଦେଇଥିଲେ । କିନ୍ତୁ ଚାକିରି ଛାଡ଼ିବା ପୂର୍ବରୁ ସଲମାନ ଏକ ଅଭିନବ ଉପାୟରେ ସତୀଶଙ୍କ ଉପରେ ପ୍ରତିଶୋଧ ନେଇଥିଲା । ସେ ବସର ଆଗରେ ଥିବା ଡିସପ୍ଲେ ବୋର୍ଡର ଲେଖାକୁ ବଦଳାଇ ଦେଇ ସେଥିରେ ସତୀଶଙ୍କ ନାଁରେ ଗାଳି ଦେଇ କେତେକ ଦ୍ବିଅର୍ଥବୋଧକ ଶବ୍ଦ ଲେଖିଦେଲା । ଏହା ସହିତ ଡିସପ୍ଲେ ବୋର୍ଡକୁ ଚଳାଉଥିବା ହାର୍ଡଡିସ୍କର ପାସଓ୍ବାର୍ଡକୁ ମଧ୍ୟ ବଦଳାଇଦେଲା ।
From Indore, a Bus conductor was laid off after being abused by some Sukheja Bus Services. The conductor decided to land one final blow by changing the display's password a new display costs 55000 and a two day journey to Bombay.
Revenge served cold. pic.twitter.com/1gpsPzoKtw— Roshan Abbas (@Roshan_Abbas_) October 19, 2022
ବସରେ ଏପରି ଅରୁଚିକର ଲେଖା ପ୍ରଦର୍ଶିତ ହେଉଥିବା ଦେଖି କେତେକ ସ୍ଥାନୀୟ ଲୋକ ତାହାର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଦେଲେ । ସୋସିଆଲ ମିଡିଆରୁ ହିଁ ବସ ମାଲିକ ସତୀଶ ଏ ସଂପର୍କରେ ଜାଣିବାକୁ ପାଇଲେ । ସେ ତୁରନ୍ତ ଥାନାରେ ଏ ସଂପର୍କରେ ଏକ ମାମଲା ରୁଜ୍ଜୁ କଲେ ।
ତେବେ ବସର ଏପରି ଅରୁଚିକର ଲେଖାକୁ ବଦଳାଇବାକୁ ତାଙ୍କୁ ମୁମ୍ବାଇ ଯାଇ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।