ହେରିନ୍‌: ଖୁଆଡ଼ରୁ ବାହାରି ଯାଇ ରୋଷେଇଘର କ୍ୟାବିନେଟ୍‌ର ପାଖ ପାନେଲ୍‌ରେ ପଶିଯାଇଥିବା ଗୋଟାଏ ୬ ଫୁଟ୍‌ ଲମ୍ବା ପୋଷା ‘ବୋଆ’ ସାପକୁ ୨ଜଣ ଆମେରିକୀୟ ଅଗ୍ନିଶମ କର୍ମଚାରୀ ଦୀର୍ଘ ୧୨ଘଣ୍ଟା ଧରି ଉଦ୍ୟମ କରିବା ପରେ ଉଦ୍ଧାର କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପ‌ୋର୍ଟ କରିଛନ୍ତି।

Advertisment

ଆମେରିକୀୟ ସହର ହେରିନ୍‌ର ଅଗ୍ନିଶମ ବିଭାଗ କହିଛି ଯେ, ଗୋଟାଏ ପାଳିତ ‘ବୋଆ’ ସାପ କାନ୍ଥ ଫାଙ୍କରେ ଲାଖି ରହିଯାଇଛି ବୋଲି ବୁଧବାର ସକାଳେ ଖବର ପାଇବା ପରେ ତାକୁ ଉଦ୍ଧାର କରିବା ଲାଗି ୨ଜଣ କର୍ମଚାରୀଙ୍କୁ ପଠାଯାଇଥିଲା।

publive-image

‘ନାଗିନି’ ନାମକ ଉକ୍ତ ନିର୍ବିଷ ‌‘ବୋଆ’ ସାପଟି ଦୀର୍ଘ ୧୨ ଘଣ୍ଟା ଧରି ରୋଷେଇଘର କ୍ୟାବିନେଟ୍‌ର ସାଇଡ୍‌ ପାନେଲ୍‌ରେ ଲାଖି ରହିଥିଲା। ଅଗ୍ନିଶମ କର୍ମଚାରୀ ଦୁହେଁ କ୍ୟାବିନେଟ୍‌କୁ ସମ୍ପୂର୍ଣ୍ଣ ଖୋଲିବା ପରେ ସାପଟିକୁ ସେଠାରୁ ବାହାର କରିଥିଲେ। ତା’ପରେ ବୋଆ ସାପ ‘ନାଗିନି’ର ମାଲିକାଣୀ ଅଗ୍ନିଶମ କର୍ମଚାରୀଙ୍କଠାରୁ ତାକୁ ଧରି ନେଇ କାଚ ଖୁଆଡ଼ରେ ପୂରାଇ ଦେଇଥିଲେ।

‘ନିଉଜ୍‌ୱିକ୍‌’ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ‘ବୋଆ କନ୍‌ଷ୍ଟ୍ରିକ୍ଟର୍‌’ ହେଉଛି ଗୋଟାଏ ପ୍ରକାଣ୍ଡ ନିର୍ବିଷ ସାପ। ଏମାନେ ଦକ୍ଷିଣ ଆମେରିକାର ବିଷୁବମଣ୍ଡଳୀୟ ଅଞ୍ଚଳ ଓ କେନ୍ଦ୍ରୀୟ ଆମେରିକାର କେତେକ ଅଞ୍ଚଳରେ ଦେଖାଯାଆନ୍ତି। ଅନେକ ଲୋକେ ଏହାକୁ ଘରେ ପୋଷାଜୀବ ଭାବେ ପାଳି ଥାଆନ୍ତି।