ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଅନାଜ ମଣ୍ଡି ଅଂଚଳରେ ଆଜି ସକାଳେ ଏକ ୪ ମହଲା କୋଠାରେ ଭୟାନକ ଅଗ୍ନିକାଣ୍ଡ ଯୋଗୁଁ ୪୫ ଜଣଙ୍କ ଜୀବନ ଯାଇଛି। ଦମକଳ ବାହିନୀର ୩୦ଟି ଗାଡ଼ି ତୁରନ୍ତ ଉଦ୍ଧାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଏହି କୋଠାରେ ଫସିଥିବା ଲୋକଙ୍କ ପାଇଁ ପ୍ରତ୍ୟେକ ମୁହୂର୍ତ୍ତ ଘାତକ ସାବ୍ୟସ୍ତ ହେଉଥିଲା। ଏହି ସମୟରେ ଜଣେ ଅଗ୍ନିଶମ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ୧୧ ଜଣ ଲୋକଙ୍କ ଜୀବିତ ଉଦ୍ଧାର କରିଥିଲେ। ଅଗ୍ନିଶମ କର୍ମଚାରୀ ରାଜେଶ ଶୁକ୍ଳାଙ୍କ ସାହସିକ କାର୍ଯ୍ୟପାଇଁ ଏବେ ତାଙ୍କୁ ‘ପ୍ରକୃତ ହିରୋ’ ବୋଲି କୁହାଯାଉଛି। ରାଜେଶ ତାଙ୍କ ଜୀବନକୁ ଖାତିର୍ ନକରି ଦେବଦୂତ ଭଳି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏକ ଜଳନ୍ତା କୋଠରୀ ଭିତରେ ପଶିଯାଇଥିଲେ ଏବଂ ଭୟଙ୍କର ଧୂଆଁ ସତ୍ତ୍ବେ ଜଣେ ପରେ ଜଣେ ୧୧ ଜଣଙ୍କୁ ଜୀବିତ ବାହାର କରିବାରେ ସକ୍ଷମ ହୋଇଥିଲେ। ଉଦ୍ଧାର କାର୍ଯ୍ୟ ବେଳେ ରାଜେଶ ମଧ୍ୟ ଆହତ ହୋଇଛନ୍ତି ଏବଂ ଏଲ୍ଏନ୍ଜିପି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କର ସାହସିକ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଭୂୟସୀ ପ୍ରଶଂସା କରାଯାଉଛି। ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ହସ୍ପିଟାଲ ଯାଇ ରାଜେଶଙ୍କୁ ଭେଟିଛନ୍ତି।
ରାଜଧାନୀ ଦିଲ୍ଲୀର ଭୟାନକ ଅଗ୍ନିକାଣ୍ଡ, ଜୀବନକୁ ବାଜି ଲଗାଇ ୧୧ ଜଣଙ୍କୁ ବଞ୍ଚାଇଲେ
/sambad/media/post_attachments/wp-content/uploads/2019/12/fffg5d7fg68d54f5d4f65d4f65d4fsd65f4sd65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)