ଆମେରିକା ଆକ୍ରମଣ କଲେ ଉପସାଗରୀୟ ଅଞ୍ଚଳରେ ନିଆଁ ଜଳିବ : ଇରାନ

ତେହେରାନ : ଆମେରିକା ଓ ଇରାନ ମଧ୍ୟରେ ତୀକ୍ତତା ଚରମ ସୀମାରେ ପହଞ୍ଚିଛି । ଗତକାଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେବା ପରେ ଶେଷ ମୂହୂର୍ତ୍ତରେ ତାହାକୁ ପ୍ରତ୍ୟାହାର କରିଥିଲେ । ଆଜି ଇରାନ ଆମେରିକାକୁ ଚେତବନୀ ଦେଇ କହିଛି ଯେ ଆମେରିକା ଯଦି ଗୋଟିଏ ଗୁଳି ଚଳାଏ ତେବେ ତାହାର ଦୃଢ ଜବାବ ଦିଆଯିବ ।

ମଧ୍ୟପୂର୍ବରେ ଥିବା ଆମେରିକାର ସବୁ ସଂପତ୍ତି ( ପ୍ରତିରକ୍ଷା ସାମଗ୍ରୀ, ଯୁଦ୍ଧଜାହାଜ,ତୈଳ କୂପ, ଆମେରିକୀୟ ଅଫିସ ଆଦି) ରେ ନିଆଁ ଲଗାଇଦିଆଯିବ ବୋଲି କହିଛନ୍ତି ଇରାନୀ ସେନାର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଅବୋଲଫଜଲ ସେକାର୍ଚି । ସେ କହିଛନ୍ତି ଯେ ଇରାନ କେବେ ମଧ୍ୟ ଯୁଦ୍ଧ ଆରମ୍ଭ କରିବ ନାହିଁ, କିନ୍ତୁ ତା ଉପରେ ଆକ୍ରମଣ ହେଲେ ସମଗ୍ର ଶକ୍ତି ସହ ତାହାର ଜବାବ ଦିଆଯିବ ।

ଗତ ଗୁରୁବାରଦିନ ଇରାନୀୟ ଆକାଶସୀମାକୁ ଅନୁପ୍ରବେଶ କରିଥିବା ଗୋଟାଏ ଆମେରିକୀୟ ‘ସ୍ପାଏ ଡ୍ରୋନ୍‌’କୁ ନିଜ ଅଞ୍ଚଳ ମଧ୍ୟରେ  ଗୁଳି ମାରି ଖସାଇଦେଇଛି ବୋଲି ଗୁରୁବାର ଦିନ ଇରାନ କହିଥିଲା । ଏହାର ଜବାବରେ ଟ୍ରମ୍ପ କହିଥିଲେ ଯେ ଇରାନ ଏକ ବଡ଼ ଭୁଲ କରିଦେଇଛି ।

ସମ୍ବନ୍ଧିତ ଖବର