ବ୍ରାଜିଲ୍ ସ୍କୁଲ୍‌ରେ ଗୁଳିକା‌ଣ୍ଡ, ୯ ମୃତ

ସାଓପୋଲୋ: ବ୍ରାଜିଲ୍‌ର ସାଓପୋଲୋ ସ୍ଥିତ ଏକ ସ୍କୁଲ୍‌ରେ ଆଜି ଗୁଳିକାଣ୍ଡ ଘଟି ୫ ଛାତ୍ରଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ୧୭ ଜଣ ଏହି ଗୁଳିକାଣ୍ଡରେ ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ଦୁଇ ଜଣ ନାବାଳକ ଛାତ୍ର ଆଜି ମୁହଁରେ ମୁଖା ପିନ୍ଧି ହଠାତ୍‌ ରାଉଲ୍‌ ବ୍ରାସିଲ୍‌ ଏଲିମେଣ୍ଟାରି ସ୍କୁଲ୍‌ ପରିସରକୁ ପଶି ସ୍ବୟଂଚାଳିତ ବନ୍ଧୁକରୁ ଆଖିବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଉଲ୍ଲେଖଯୋଗ୍ୟ ୨୦୧୧ରେ ବ୍ରାଜିଲ୍‌ର ଅନ୍ୟ ଏକ ସ୍କୁଲ୍‌ରେ ଗୁଳିକାଣ୍ଡ ଘଟି ୧୨ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର