ଓଟାୱା: କାନାଡାର ଆଲବର୍ଟା ରାଜ୍ୟରେ ଦିନ ଦିବାଲୋକରେ ହୋଇଥିବା ଗୁଳିବିନିମୟରେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।
ସିବିସି ନ୍ୟୁଜ୍ ରିପୋର୍ଟ କରିଛି ଯେ କାଭାନାଗ ଅଞ୍ଚଳର ଏକ ଆବାସିକ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି ଏବଂ ଏ ନେଇ ସୂଚନା ମିଳିବା ପରେ ତୁରନ୍ତ ସେଠାରେ ପୁଲିସ ଅଧିକାରୀମାନେ ପହଞ୍ଚିଥିଲେ । କାନାଡାର ଜରୁରୀକାଳୀନ ଚିକିତ୍ସା ସେବା ପକ୍ଷରୁ ୪୯ ଓ ୫୭ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ୫୧ ବର୍ଷୀୟ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ୫୧ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ କ୍ଷତ ଚିହ୍ନ ଥିବାରୁ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ଶବ ବ୍ୟବଚ୍ଛେଦ ମଙ୍ଗଳବାର ଓ ବୁଧବାର ହେବ। ''
ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଭାରତୀୟ ଜଣକ ହେଉଛନ୍ତି ଏକ ନିର୍ମାଣ କମ୍ପାନୀର ମାଲିକ ବୁଟା ସିଂ ଗିଲ୍ । କାନାଡାର ଶିଖ ସମ୍ପ୍ରଦାୟରେ ତାଙ୍କର ଭଲ ପ୍ରଭାବ ଥିଲା। ସହରର ପୂର୍ବତନ କାଉନସିଲର ମୋହିନ୍ଦର ବଙ୍ଗା ଘଟଣାସ୍ଥଳରେ କହିଛନ୍ତି ଯେ ଗିଲ୍ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଜଣାଶୁଣା ଥିଲେ। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ କୌଣସି କସରତ ଛାଡ଼ି ନାହାନ୍ତି। ସେ ମଧ୍ୟ ନିଜର କ୍ଷତି ସହି ସାହାଯ୍ୟ କରିଥିଲେ। କେହି କାହିଁକି ତାଙ୍କୁ ହତ୍ୟା କରିବ ?