ନ୍ୟୁଜର୍ସିରେ ଗୁଳିକାଣ୍ଡ, ୬ ମୃତ

ନ୍ୟୁୟର୍କ: ନ୍ୟୁଜର୍ସିର ଜର୍ସି ସିଟିରେ ଗତକାଲି ଗୁଳିକାଣ୍ଡ ଘଟି ଜଣେ ପୁଲିସ ଅଧିକାରୀଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଜର୍ସି ସିଟିର ଏକ କବରସ୍ଥଳ ଏବଂ ଏକ ମଲ୍‌ ନିକଟରେ ଏହି ଗୁଳିକାଣ୍ଡ ହୋଇଥିଲା। ଏକ ସୁପରମାର୍କେଟ୍‌ରେ ୨ ଜଣ ଆକ୍ରମଣକାରୀ ଏବଂ ୩ ଜଣ ନାଗରିକଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷେ ଜଣେ ପୁଲିସ ଅଧିକାରୀ କବର ସ୍ଥଳ ନିକଟରେ ଗୁଳିମାଡ଼ର ଶିକାର ହୋଇଥିଲେ। କବରସ୍ଥଳ ନିକଟରେ ପ୍ରଥମେ ଗୁଳିକାଣ୍ଡ ଆରମ୍ଭ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର