ଜମ୍ମୁ: ଜମ୍ମୁ କାଶ୍ମୀରର ପୁଞ୍ଚ୍ ଜିଲ୍ଲା ସ୍ଥିତ ଏଲ୍ଓସି ନିକଟରେ ଆଜି ପାକ୍ ସେନା ଅସ୍ତ୍ରବିରତି ଉଲ୍ଳଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି। ପାକ୍ ସେନା ଆଜି ଏଲ୍ଓସି ସ୍ଥିତ ଆଗୁଆ ଗ୍ରାମଗୁଡ଼ିକୁ ଟାର୍ଗେଟ୍ କରି ଗୁଳି ଚାଳନା କରିବା ସହ ମୋର୍ଟାର ମାଡ଼ କରିଛି। ପାକ୍ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଆହୁରି ୩ ଜଣ ଆହତ ହୋଇଛନ୍ତି। ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ପାକିସ୍ତାନ ଜନବସତି ଏବଂ ଆଗୁଆ ପୋଷ୍ଟ୍ଗୁଡ଼ିକୁ ଟାର୍ଗେଟ୍ କରି ଗୁଳିବର୍ଷା କରିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଅନ୍ୟପକ୍ଷେ ଭାରତର ପାଲଟା ଆକ୍ରମଣରେ ପାକିସ୍ତାନ ପଟେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି।
ପୁଞ୍ଚ୍ରେ ପାକ୍ ସେନାର ଗୁଳିବର୍ଷା, ଜଣେ ଯବାନ ସହିଦ, ୩ ଆହତ
/sambad/media/post_attachments/wp-content/uploads/2019/08/pak-firing-along-loc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)