ପୁଲ୍‌ୱାମାରେ ଗୁଳି ବିନିମୟ, ୩ ଆତଙ୍କବାଦୀ ନିହତ

ଶ୍ରୀନଗର : କଶ୍ମୀରର ପୁଲଵାମା ଜିଲ୍ଲାର ରାଜପୁରା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିବା ପରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ଗୁଳିରେ ନିହତ ଏହି ୩ ଜଣ ଆତଙ୍କବାଦୀ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ବୋଲି ପୁଲିସ ଡିଜି ଦିଲବାଗ ସିଂହ ସୂଚନା ଦେଇଛନ୍ତି। ରାଜପୁରାର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ୩ ଜଣ ଆତଙ୍କବାଦୀ ଲୁଚିଥିବା ସେନା ଓ ପୁଲିସ ସୂଚନା ପାଇବା ପରେ ଉକ୍ତ ଅଞ୍ଚଳକୁ ଚାରିପଟୁ ଘେରିଯାଇଥିଲେ। ଆତଙ୍କବାଦୀ ଲୁଚିଛନ୍ତି ବୋଲି ଜାଣିବା ପରେ ସେନା ସେମାନଙ୍କୁ ଘେରିଥିଲା। ଏଥିସହିତ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ପାକିସ୍ତାନୀ ରେଞ୍ଜର୍ସ ପକ୍ଷରୁ ଆଜି ପୁଞ୍ଚ ସେକ୍ଟରର ବାଲାକୋଟ ଓ ମେଣ୍ଢର ସେକ୍ଟରରେ ସାଧାରଣ ଲୋକ ରହୁଥିବା ଅଞ୍ଚଳକୁ ଲକ୍ଷ୍ୟ କରି ଗୁଳିଗୋଳା ବର୍ଷଣ କରାଯାଇଛି। ଏହି ଗୁଳିଗୋଳା ବର୍ଷଣରେ ୨ ଜଣ ସାଧାରଣ ଲୋକ ଆହତ ହୋଇଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର