ଫିଲାଡେଲଫିଆ : ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବସାଧାରଣରେ ଗୁଳିକାଣ୍ଡ ବନ୍ଦ ହେବାର ନାଁ ନେଉନାହିଁ । କାନସାସର ଏକ ନାଇଟ୍ କ୍ଲବରେ ହୋଇଥିବା ଗୁଳିକାଣ୍ଡ ଘଟଣା ପରେ ଫିଲାଡେଲଫିଆରେ ବି ଏକ ଗୁଳିକାଣ୍ଡ ହୋଇଛି । ବୁଲେଟପ୍ରୁଫ ଜ୍ୟାକେଟ୍ ପିନ୍ଧା ଜଣେ ବନ୍ଧୁକଧାରୀ ଗୁଳିଚଳାଇବାରୁ ୫ ଜଣ ମୃତ୍ୟୁବରଣ କରିଛନ୍ତି ଓ ୨ ଆହତ ହୋଇଛନ୍ତି । ଫିଲାଡେଲଫିଆ ଗୁଳିକାଣ୍ଡ ଚଳିତ ବର୍ଷ ଆମେରିକାରେ ହୋଇଥିବା ୨୯ତମ ଗଣ ଗୁଳିକାଣ୍ଡ । ପରେ ଆତତାୟୀ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ଆତ୍ମସମର୍ପଣ ପରେ ଆକ୍ରମଣକାରୀକୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି।

Advertisment

ପୋଲିସ କମିଶନର ଡାନିଏଲ ଓଟଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କିଙ୍ଗସିଂ ସହରର କିଛି ରାସ୍ତାରେ ଏହି ଗୁଳିକାଣ୍ଡ ଘଟିଛି । ଲଗାତାର ଗୁଳି ଚଳାଇଥିବା ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଅଧିକାରୀମାନେ ପିଛା କରିବା ପରେ ସେ ଆତ୍ମସମର୍ପଣ କରିଥିଲା ।

ସନ୍ଦିଗ୍ଧ ଜଣକ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିଲା, ଯେଉଁଥିରେ ଅନେକ ମାଗାଜିନ୍, ଏକ ଏଆର ଟାଇପ୍ ରାଇଫଲ୍, ଏକ ହ୍ୟାଣ୍ଡଗନ୍ ଏବଂ ପୁଲିସ ସ୍କାନର୍ ଥିଲା। ସେ କହିଛନ୍ତି ଯେ କିଙ୍ଗସିଂ ସହରରୁ ଗୁଳିକାଣ୍ଡ କଲ୍ ଆସିବା ପରେ ରାତି ପ୍ରାୟ ସାଢ଼େ ୮ଟା ବେଳେ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ଓଟଲ କହିଛନ୍ତି ଯେ ପୋଲିସ ଗୁଳିକାଣ୍ଡର କିଛି ପୀଡ଼ିତଙ୍କୁ ଠାବ କରି ସେମାନଙ୍କୁ ସାହାଯ୍ୟ କରିଥିବା ବେଳେ ଅଧିକ ଗୁଳି ଶବ୍ଦ ଶୁଣିବାକୁ ମିଳିଥିଲା ।