ଗୁରୁଗ୍ରାମ୍‌ରେ ଗୋରକ୍ଷକ ବଜରଙ୍ଗ ଦଳ ସଦସ୍ୟଙ୍କୁ ଗୁଳିମାଡ଼

ଗୁରୁଗ୍ରାମ୍‌ : ହରିୟାଣାର ଗୁରୁଗ୍ରାମ୍‌ ଜିଲ୍ଲାରେ ଆଜି କିଛି ଗାଈ ଚୋରା ଚାଲାଣକାରୀ ଜଣେ ଗୋ ରକ୍ଷକଙ୍କୁ ଗୁଳିମାଡ଼ କରିଛନ୍ତି। ରିପୋର୍ଟ ଅନୁଯାୟୀ ଗୁଳିମାଡ଼ରେ ଆହତ ହୋଇଥିବା ବଜରଙ୍ଗ ଦଳ ସଦସ୍ୟ ଗାଈ ଚୋରାଚାଲାଣ ବନ୍ଦ କରିବାପାଇଁ ହରିୟାଣା ସରକାରଙ୍କ ଦ୍ବାରା ଗଠିତ ଟାସ୍କ ଫୋର୍ସ‌୍‌ରେ ସାମିଲ ଥିଲେ। ସେମାନେ ଗାଡ଼ିର ପିଛା କରୁଥିବା ବେଳେ ଚୋରା ଚାଲାଣକାରୀମାନେ ଗାଡ଼ିରୁ ଗାଈମାନଙ୍କୁ ଫୋପାଡ଼ି ଦେବା ସହ ଗୋରକ୍ଷକଙ୍କ ଉପରକୁ ଗୁଳି ଚାଳନା କରିଥିଲେ।

ସମ୍ବନ୍ଧିତ ଖବର