ପଂଜାବରେ ସ୍କୁଲ୍‌ ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼: ପଂଜାବର ମୋହାଲି ଜିଲ୍ଲାରେ ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ସ୍ମୁଲ ଶିକ୍ଷୟିତ୍ରୀଙ୍କୁ ତାଙ୍କ ୫ ବର୍ଷର ଝିଅ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି। ମୋହାଲି ଜିଲ୍ଲା ଅଧୀନସ୍ଥ ଖରାର୍‌ ସହରର ଏକ ଘରୋଇ ସ୍କୁଲ୍‌ରେ ୩୩ ବର୍ଷୀୟା ସରବଜିତ୍‌ କୌର ପଢ଼ାଉ ଥିଲେ। ସେହି ସ୍କୁଲ୍‌ରେ ତାଙ୍କ ଝିଅ ମଧ୍ୟ ପଢ଼ୁଥିଲେ। ଆଜି ସକାଳ ୭.୪୫ ରେ ସେ ସ୍କୁଲ୍‌ରେ ପହଞ୍ଚି ଗାଡ଼ି ପାର୍କିଂ କରୁଥିବାବେଳେ ତାଙ୍କ ଉପରକୁ ଜଣେ ଦୁର୍ବୃତ୍ତ ୩ ରା‌ଉଣ୍ଡ୍‌ ଗୁଳି ଚାଳନା କରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଘଟଣା ଘଟିବା ବେଳେ ଶିକ୍ଷୟିତ୍ରୀଙ୍କ ଝିଅ ତାଙ୍କ ନିକଟରେ ଥିଲେ। ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୁକ୍ତ ଏବେ ଫେରାର୍‌ ଅଛି। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଅଭିଯୁକ୍ତ ଆଜି ବଡ଼ି ଭୋର୍‌ ସମୟରୁ ସ୍କୁଲ୍‌ ପାଖରେ ଏପାଖ ସେପାଖ‌ ହେଉଥିଲା। ତେବେ କେଉଁ କାରଣ ପାଇଁ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଗଲା ସେନେଇ କିଛି ତଥ୍ୟ ମିଳିନାହିଁ। ପୁଲିସ ସୂଚନାନୁଯାୟୀ ସରବଜିତ୍‌ ୨୦୧୩ରେ ତାଙ୍କ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇଥିଲେ ଏବଂ ସେ ଏକାକୀ ତାଙ୍କ ଝିଅ ସହ ଏକ ଭଡ଼ାଘରେ ରହୁଥିଲେ।

ସମ୍ବନ୍ଧିତ ଖବର