ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଇନ୍ଦ୍ରପୁରୀ ଅଞ୍ଚଳରେ ଥିବା ଏକ ଜିମ୍ ଉପରକୁ କେତେକ ଅସାମାଜିକ ଯୁବକ ଦେଖୁଥିବା ଟେକା ପଥର ମାଡ଼ ଓ ଗୁଳିମାଡ଼ କରିବା ଫଳରେ ଝରକା ବାଟେ ଏହି ଘଟଣାକୁ ଦେଖୁଥିବା ଜଣେ ଛଅ ବର୍ଷର ନାବାଳକର ପ୍ରାଣହାନି ଘଟିଛି। ମୃତ ନାବାଳକ ହେଲା ପ୍ରିନ୍ସ। ଅସାମାଜିକ ବ୍ୟକ୍ତିମାନେ ଜିମ୍ ଟ୍ରେନରଙ୍କ ଉପରକୁ ୫ଟି ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ଜିମ୍ଟ୍ରେନ୍ର ବି ଆହତ ହୋଇଥିବା ଜଣାଯାଇଛି।
ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇନ୍ଦ୍ରପୁରୀ ଅଞ୍ଚଳରେ ଦୁଇ ଗୋଷ୍ଠୀ ଭିତରେ ତୀବ୍ର କନ୍ଦଳ ସୃଷ୍ଟି ହୋଇଥିଲା। ଶନିବାର ବିଳମ୍ବିତ ରାତିରେ ଚାରି ଜଣ ଯୁବକଙ୍କ ଭିତରେ ଜିମ୍ରେ ଓ୍ଵାର୍କଆଉଟ୍ କରୁଥିବା ବେଳେ ଝଗଡ଼ା ହୋଇଥିଲା। ତା’ପରେ ସେମାନଙ୍କମଧ୍ୟରେ ଜଣେ ଜିମ୍ ଟ୍ରେନର ଉପରକୁ ଗୁଳି ମାଡ଼ କରିଥିଲେ।
/sambad/media/post_attachments/wp-content/uploads/2019/03/gym.jpg)
ଖାଲି ସେତିକି ନୁହେଁ ସେମାନେ ତଳୁ ଦ୍ୱିତୀୟ ମହଲାରେ ମଧ୍ୟ ଜିମ୍ ଉପରକୁ ପଥର ମାଡ କରିଥିଲେ। ଏହି ସମୟରେ ବାଲକୋନିରୁ ବାହାରର ଏହି ଦୃଶ୍ୟ ଦେଖୁଥିଲା ଜଣେ ୬ ବର୍ଷର ନାବାଳକ। ତା’ଦେହରେ ଗୁଳି ବାଜିଥିଲା। ଫଳରେ ଘଟଣାସ୍ଥଳରେ ତା’ର ପ୍ରାଣହାନି ଘଟିଥିଲା। ଏହି ଘଟଣାରେ ଜିମ୍ର ମାଲିକର ଭାଇ ବି ଗୁଳିମାଡ଼ର ଶିକାର ହୋଇଛି। ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/gun-shot0.jpg)