ଶ୍ରୀନଗର: ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା  ଅଂଚଳରେ ଲଗାତାର ତୃତୀୟ ରାତିରେ ଗୁଳିବର୍ଷା ହୋଇଛି।  ପାକିସ୍ତାନର ଗୁଳିମାଡ଼ର କଡ଼ା ଜବାବ ଦେଉଛି ଭାରତ। ତୁତମାରି   ଓ ରାମପୁର ସେକ୍ଟରରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାନ୍ତ ଗ୍ରାମଗୁଡ଼ିକୁ ଟାର୍ଗେଟ୍‌  କରିଥିଲା। ପାକିସ୍ତାନକୁ ତା’ର ଉତ୍ତେଜନାମୂଳକ କାର୍ଯ୍ୟର କଡ଼ା ଜବାବ ମିଳୁଥିଲେ ମଧ୍ୟ ଲାଗାତାର ଗୁଳିବର୍ଷା ସ୍ଥାନୀୟ ଲୋକଙ୍କ ଭୟ ବଢ଼ାଇ ଦେଇଛି।

Advertisment

ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଉଛି ଭାରତ
ସୀମା ଅଞ୍ଚଳର ଚାଷୀଙ୍କ ଦୁର୍ଦ୍ଦଶା

ପାକିସ୍ତାନୀ ପୋଷ୍ଟରୁ ପ୍ରବଳ ଗୁଳିମାଡ଼ ଯୋଗୁଁ ଲୋକେ ବଙ୍କରରେ ରହିବାକୁ ବାଧ୍ୟ ହେଉଛନ୍ତି।  ଭାରତୀୟ ସେନାର ତୁରନ୍ତ ଏବଂ ଶକ୍ତିଶାଳୀ ଜବାବ ପାକ୍‌ ଗୁଳିବର୍ଷାର ପ୍ରଭାବକୁ ରୋକିବାରେ ସକ୍ଷମ ହୋଇଛି। ଏକାଧିକ କୂଟନୈତିକ ଯୋଗାଯୋଗ ଏବଂ ଚୁକ୍ତି ପରେ ମଧ୍ୟ ପାକିସ୍ତାନ  ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ  ସୀମା କ୍ଷେତ୍ର ତଥା ଜିରୋ ଲାଇନ୍ ମଧ୍ୟରେ ସମ୍ବେଦନଶୀଳ ଅଞ୍ଚଳରେ ଥିବା  ହଜାର ହଜାର କୃଷକ ପ୍ରଭାବିତ ହୋଇଛନ୍ତି।  ପଞ୍ଜାବର ସୀମାନ୍ତ ଅଂଚଳରେ  କୃଷକମାନଙ୍କୁ ତୁରନ୍ତ ଫସଲ କାଟିନେବା ପାଇଁ କୁହାଯାଇଥିବାରୁ ସେମାନେ ଏଥିରେ ଅହରହ ନିୟୋଜିତ ଅଛନ୍ତି।  ଅନେକ ଚାଷୀ ଆଗୁଆ ଫସଲ କାଟିବାକୁ ବାଧ୍ୟ ହେଉଥବାରୁ କ୍ଷତିର ସମ୍ମୁଖୀନ ହେଉଛନ୍ତି।