ଶ୍ରୀନଗର: ଆଜି ବି ଏଲଓସିରେ ଉତ୍ତେଜନା । ଜାରି ରହିଛି ଗୁଳିମାଡ଼ । ଏଲଓସିରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ସାରା ରାତି ପାକିସ୍ତାନ ଆଉଟପୋଷ୍ଟରୁ ଗୁଳିବର୍ଷା ହୋଇଛି । ଆଉ ଏହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ । ଭାରତର କୂଟନୈତିକ ଆକ୍ସନ ଏବଂ ଆତ୍କୀ ଉପରେ ଅତର୍କିତ ହମଲା ପରେ ବାଉଳିଚାଉଳି ହେଉଛି ପାକିସ୍ତାନ ଆଉ ଏଲଓସିରେ ସେନାକୁ ଲଗାଇ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଯାହାର ଜବାବ ଦଇଛି ଭାରତୀୟ ସେନା ।
ତେବେ ଗତକାଲି ମଧ୍ଯ ଏଲଓସିରେ ପାକିସ୍ତାନ ଆଗୁଆ ଗୁଳିମାଡ କରିଥିଲା । ଭାରତର ଆକ୍ସନ ପରେ ବିଳିବିଳେଇ ଯାଇଥିବା ପାକିସ୍ତାନ ଭୟରେ ସୀମାରେ ଆଗୁଆ ଫାୟାରିଂ କରିଥିଲା । ଏହା ପରେ ଭାରତ - ପାକିସ୍ତାନ ସୀମାରେ ଗୁଳିବିନିମୟ ଆରମ୍ଭ ହୋଇଥିବା ବେଳେ କାଲି ବି ରାତିସାରା ଫାୟାରିଂ କରିଥିଲେ ପାକିସ୍ତାନ ସେନା ।
ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ କଡା ଆକ୍ସନ ପରେ ଛାନିଆ ହୋଇ ପଡିଛି ପଡୋଶୀ । ତେଣୁ ଭୟରେ ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଉଛି । କାଳେ ଭାରତ ରାତି ଅଧରେ କିଛି ବିରାଟ ବଡ ଷ୍ଟ୍ରାଇକ କରି ଦେବ କି ସେନେଇ ଛାନିଆରେ ଗୁଳିମାଡ କରୁଛି ପାକିସ୍ତାନ । ଯାହାର କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ । ଆଜି ବି କୌଣସି ମୃତାହତର ଖବର ନାହିଁ କିନ୍ତୁ ଛକପଞ୍ଝା ଜାରି ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/26/vxgTTJMDQmmJunKhbY8G.jpg)