କରୋନାକୁ ନେଇ ଆସିଲା ଶୁଭ ଖବର: ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ପ୍ରଥମ ୨ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେ ଘରକୁ

ମୁମ୍ବାଇ/ ପୁଣେ: ସଂପ୍ରତି ବିଶ୍ୱବ୍ୟାପି ମହାମାରୀର ରୂପ ଧାରଣ କରିଥିବା କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସମଗ୍ର ଦେଶରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଜି କରୋନାକୁ ନେଇ ଏକ ଶୁଭ ଆସିଛି।

ମହାରାଷ୍ଟ୍ରର ପୁଣେରେ ସର୍ବପ୍ରଥମ କୋଭିଡ୍‌-୧୯ ଆକ୍ରାନ୍ତ ରୂପେ ଦୁଇ ସପ୍ତାହ ପୂର୍ବେ ଚିହ୍ନଟ ହୋଇଥିବା ଦୁଇଜଣ କରୋନା ରୋଗୀ ଏବେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ସହ ପୂରା ସୁସ୍ଥ ଅଛନ୍ତି। ଏବଂ ଆଜି ସେମାନଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯିବା ସହ ନିଜ ନିଜର ଘରକୁ ପଠାଇ ଦିଆଯାଇଛି ବୋଲି ମହାରାଷ୍ଟ୍ର ସରକାରଙ୍କର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଏହି ଦୁଇଜଣ ହିଁ ଥିଲେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ଦୁଇ କରୋନା ବା କୋଭିଡ୍‌-୧୯ ଆକ୍ରାନ୍ତ। ସେମାନଙ୍କ ସ୍ୱାବ୍‌ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେମାନଙ୍କୁ କରୋନା ଆକ୍ରାନ୍ତ ରୂପେ ଘୋଷଣା କରାଯାଇଥିଲା ଓ ସେମାନଙ୍କୁ ପୁଣେ ମୁନ୍ୟୁସିପାଲ ହସ୍ପିଟାଲରେ ରଖାଯିବା ସହ ସେମାନଙ୍କ ଚିକିତ୍ସା ଆରମ୍ଭ କରା ଯାଇଥିଲା। ଦୁଇ ସପ୍ତାହ ଧରି ଚିକିତ୍ସାଧୀନ ରହିବା ପରେ ଏବେ ସେମାନଙ୍କ ନମୁନା ଆଉ ଦୁଇ ଦୁଇ ଥର ପରୀକ୍ଷା କରା ଯାଇଥିଲା। ଦୁଇଥର ଯାକର ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଏବେ ସେମାନେ ସଂପୂର୍ଣ୍ଣ କରୋନା ମୁକ୍ତ ଥିବା ଘୋଷଣା କରାଯାଇଛି।

Mumbai Mirror

ଉଲ୍ଲେଖଯୋଗ୍ୟ, ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ପକ୍ଷରୁ ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ସର୍ବମୋଟ ୫୩୬ ଜଣଙ୍କୁ କରୋନା ବା କୋଭିଡ୍‌-୧୯ ଆକ୍ରାନ୍ତ ରୂପେ ଚିହ୍ନଟ କରା ଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୦୭ ଜଣ ହେଉଛନ୍ତି କେବଳ ମହାରାଷ୍ଟ୍ରର।

ସମ୍ବନ୍ଧିତ ଖବର