ଆଜି ଭାରତରେ ପହଞ୍ଚିବ ଏଏଚ୍‌-୬୪ଇ ଆପାଚି ଆଟାକ୍‌ ହେଲିକପ୍ଟର୍‌ର ପ୍ରଥମ ବ୍ୟାଚ୍‌

ନୂଆଦିଲ୍ଲୀ: ଶନିବାର ଦିନ ଗାଜିଆବାଦସ୍ଥିତ ହିନ୍ଦୋନ୍‌ ଏୟାର୍‌ବେସ୍‌ରେ ପହଞ୍ଚିବ ପ୍ରଥମ ବ୍ୟାଚ୍‌ ବୋଇଙ୍ଗ୍‌ ଏଏଚ୍‌-୬୪ଇ ଆପାଚି ଗାର୍ଡିଆନ୍‌ ଆଟାକ୍‌ ହେଲିକପ୍ଟର। ଏହି ହେଲିକପ୍ଟର୍‌ଗୁଡ଼ିକ ଗୋଟାଏ ଆଣ୍ଟୋନୋଭ୍‌ ଏଏନ୍‌ ୨୨୪ ପରିବହନ ବିମାନରେ ଆସି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବ।

ପ୍ରଥମ ବ୍ୟାଚ୍‌ରେ ଆସୁଛି ତିନିରୁ ଚାରିଗୋଟି ଏଏଚ୍‌-୬୪ଇ ଆପାଚି ଆଟାକ୍‌ ହେଲିକପ୍ଟର।

ଖଞ୍ଜାଖଞ୍ଜି କାମ ଶେଷ ହୋଇ କେତେ ଥର ପରୀକ୍ଷାମୂଳକ ଉଡ଼ାଣ କରାଯିବା ପରେ ଏହି ହେଲିକପ୍ଟର୍‌ଗୁଡ଼ିକୁ ଭାରତ-ପାକିସ୍ତାନ ସୀମା ନିକଟ ପଠାନକୋଟ୍‌ ଏୟାର୍‌ ବେସ୍‌କୁ ପଠାଇ ଦିଆଯିବ।

Image Source: Times of India

ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଏମ୍‌ ଶେଲୁ ଏହି ସ୍କ୍ଵାଡ୍ରୋନ୍‌କୁ କମାଣ୍ଡ୍‌ ଦେବେ। ସମ୍ପ୍ରତି ପଠାନକୋଟରେ ଏମ୍‌ଆଇ-୩୫ର ୧୨୫ ହେଲିକପ୍ଟର୍‌ ସ୍କ୍ଵାଡ୍ରୋନ୍‌ ରଖାଯାଇଛି।

ଏଏଚ୍‌-୬୪ଇ ହେଲିକପ୍ଟର୍‌ର ଦ୍ୱିତୀୟ ସ୍କ୍ଵାଡ୍ରୋନ୍‌ ରହିବ ଆସାମର ଜୋରହାଟ୍‌ ଏୟାର୍‌ ବେସ୍‌ରେ।

ମେ ୧୦ ତାରିଖ ଦିନ ଆରିଜୋନା ଅନ୍ତର୍ଗତ ମେସା ବୋଇଙ୍ଗ୍‌ ଉତ୍ପାଦନ କେନ୍ଦ୍ରରେ ଉତ୍ସବ ଆୟୋଜନ କରାଯାଇ ପ୍ରଥମ ଏଏଚ୍‌-୬୪ଇ ହେଲିକାପ୍ଟର୍‌କୁ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର