ଜ୍ୟାକ୍ ମା ଓ ଆଲିବାବା ଫାଉଣ୍ଡେସନ ପକ୍ଷରୁ ଭାରତରେ ପହଞ୍ଚିଲା ଅତ୍ୟାବଶ୍ୟକ ଡାକ୍ତରୀ ସାମଗ୍ରୀ

ନୂଆଦିଲ୍ଲୀ: ଚୀନର ଜ୍ୟାକ୍ ମା ଫାଉଣ୍ଡେସନ୍ ଏବଂ ଆଲିବାବା ଫାଉଣ୍ଡେସନରୁ ଅତ୍ୟାବଶ୍ୟକ ଡାକ୍ତରୀ ସାମଗ୍ରୀର ପ୍ରଥମ ଛେକ ଶନିବାର ଦିନ ଦିଲ୍ଲୀରେ ପହଞ୍ଚିଛି । ଏହାକୁ ଭାରତୀୟ ରେଡ୍ କ୍ରସ୍ ସୋସାଇଟି ଗ୍ରହଣ କରିଥିବା କଥା ଉଭୟ ଫାଉଣ୍ଡେସନ୍ ଏକ ମିଳିତ ବିବୃତିରେ କହିଛନ୍ତି । ଭାରତକୁ ଅତ୍ୟାବଶ୍ୟକ ଡାକ୍ତରୀ ସାମଗ୍ରୀ ଦାନ କରିବେ ବୋଲି ସେମାନେ ପୂର୍ବରୁ ଘୋଷଣା କରିଥିଲେ । ଚୀନର ମଲ୍ଟି ନ୍ୟାସନାଲ୍ ଆଲିବାବା ଗ୍ରୁପର ସଂସ୍ଥାପକ ହେଉଛନ୍ତି ଜ୍ୟାକ୍ ମା ।

ରବିବାର ଦିନ ଏହି ରିଲିଫ୍ ସାମଗ୍ରୀ ପହଞ୍ଚିବା ବେଳେ ଘଟଣାସ୍ଥଳରେ ଭାରତସ୍ଥିତ ଚୀନ୍ ଦୂତାବାସର ଉପମୁଖ୍ୟ ମା ଜିଆ ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନମାନଙ୍କରେ ଅବଶିଷ୍ଟ ଡାକ୍ତରୀ ସାମଗ୍ରୀ ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

Image Source: The Daily Times

ଭାରତ ବ୍ୟତୀତ ଉଭୟ ଫାଉଣ୍ଡେସନ୍ ଆଜରବୈଜାନ୍, ଭୁଟାନ, କାଜାଖସ୍ଥାନ, କିର୍ଗିଜସ୍ଥାନ, ଉଜବେକିସ୍ତାନ ଏବଂ ଭିଏତନାମ ଭଳି ଆଉ ଛଅଟି ଦେଶକୁ ଏହି ଭଳି ରିଲିଫ ସାମଗ୍ରୀ ପଠାଇବ ବୋଲି ପ୍ରତିଶ୍ରୁତି ଦେଇଛି ।

ଏହି ସାତଟି ଦେଶକୁ ସମୁଦାୟ ୧. ୭ ନିୟୁତ ଫେସ୍ ମାସ୍କ, ୧ଲକ୍ଷ ୬୫ହଜାର ଟେଷ୍ଟ୍ କିଟ୍ ଏବଂ ସୁରକ୍ଷାପ୍ରଦାନକାରୀ ପୋଷାକ ପଠାଇବ ଆଲିବାବା । ଡାକ୍ତରୀ ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି ଭେଣ୍ଟିଲେଟର ଏବଂ ଫୋରହେଡ୍ ଥର୍ମୋମିଟର୍ ।

ଏହାଛଡ଼ା ଉଭୟ ଫାଉଣ୍ଡେସନ୍ ୨୩ଟି ଏସୀୟ ଦେଶକୁ ଦେଇଥିବା ଡାକ୍ତରୀ ସାମଗ୍ରୀରେ ରହିଛି ୭. ୪ ନିୟୁତ ମାସ୍କ, ୪୮୫ ହଜାର ଟେଷ୍ଟ୍ କିଟ୍, ୧ଲକ୍ଷ ସେଟ୍ ସୁରକ୍ଷା ପ୍ରଦାନକାରୀ ପୋଷାକ ଏବଂ ଅନ୍ୟାନ୍ୟ ଡାକ୍ତରୀ ଉପକରଣ ।

ସମ୍ବନ୍ଧିତ ଖବର