ଲୁଧିଆନାରେ କୁକୁରଙ୍କ ପାଇଁ ପ୍ରତିଷ୍ଠା ହେଲା ଉତ୍ତର ଭାରତର ପ୍ରଥମ ବ୍ଲଡ୍ ବ୍ୟାଙ୍କ

ଲୁଧିଆନା: ଲୁଧିଆନାର ଗୁରୁ ଅଙ୍ଗଦ ଦେବ  ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ କୁକୁରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରକ୍ତ ଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଉତ୍ତର ଭାରତରେ କୁକୁରମାନଙ୍କ ପାଇଁ ଏହା ହେଉଛି ପ୍ରଥମ ବ୍ଲଡ ବ୍ୟାଙ୍କ ବା ରକ୍ତ ଭଣ୍ଡାର |

କୁକୁରମାନଙ୍କର ବଞ୍ଚିବାର ସମ୍ଭାବନାକୁ ସୁଦୃଢ଼ କରିବା ପାଇଁ ବାୟୋଟେକ୍ନୋଲୋଜି ବିଭାଗର ଅନୁମୋଦନ ପାଇବା ପରେ ଏହି ବ୍ଲଡ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି।

ଗୁରୁ ଅଙ୍ଗଦ ଦେବ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଡାକ୍ତର ସୁକ୍ରିତି କହିଛନ୍ତି, “ଆମେ ପ୍ରତିବର୍ଷ ଅତି କମରେ ୨୫,୦୦୦ ଘଟଣା ହାତକୁ ନେଇ ଥାଉ। ସେଥିମଧ୍ୟରୁ ୫୦୦-୬୦୦ ଘଟଣାରେ କୁକୁରମାନଙ୍କରେ ହିମୋଗ୍ଲୋବିନ୍ (ପ୍ରୋଟିନ୍) ସ୍ତର କମ୍ ରହିଥିବା ଦେଖିବାକୁ ମିଳିଥାଏ। ଏମିତି ଏକ କେସ୍ ଆସିଥିଲା ଯେଉଁଥିରେ କୁକୁରର ରକ୍ତ ସ୍ତର ତିନି ଗ୍ରାମକୁ ଖସି ଆସିଥିଲା। ଏହା ପରେ କୁକୁରକୁ ରକ୍ତ ଦେଇ ସ୍ତରକୁ ସାତ ଗ୍ରାମକୁ ବୃଦ୍ଧି କରାଯାଇଥିଲା।

ଡାକ୍ତର କହିଛନ୍ତି, “କୁକୁରମାନଙ୍କ ପାଇଁ ବ୍ଲଡ ବ୍ୟାଙ୍କ ଅନୁମୋଦନ ପାଇଁ ମୋଟ ୨୫ଟି ରାଜ୍ୟ ଆବେଦନ କରିଥିଲେ। ଏଥିପାଇଁ ବାୟୋଟେକ୍ନୋଲୋଜି ବିଭାଗ କେବଳ ଦୁଇଟି ବ୍ଲଡ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ ଅନୁମୋଦନ କରିଛି, ଗୋଟିଏ ଚେନ୍ନାଇରେ ଏବଂ ଅନ୍ୟଟି ପଞ୍ଜାବରେ।”

ଉତ୍ତର ଭାରତରେ କୁକୁରମାନଙ୍କ ପାଇଁ ଏହା ହେଉଛି ପ୍ରଥମ ବ୍ଲଡ ବ୍ୟାଙ୍କ। ଏହାପୂର୍ବରୁ ଗୋଟିଏ କୁକୁରର ରକ୍ତ ଅନ୍ୟକୁ ଦାନ କରାଯାଉଥିଲା। କିନ୍ତୁ ଏହି ବ୍ଲଡ ବ୍ୟାଙ୍କରେ ଦାନ ହୋଇଥିବା ରକ୍ତକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ। ଗୋଟିଏ ରେଡ ବ୍ଲଡ ସେଲ (ଆରବିସି) ଓ ଅନ୍ୟ ଦୁଇଟି ହେଉଛି ପ୍ଲାଜମା ଏବଂ ପ୍ଲାଟଲେଟ। ଏହି ବ୍ଲଡ ବ୍ୟାଙ୍କରୁ ଏଯାବତ ଅସୁସ୍ଥ କୁକୁରଙ୍କୁ ୧୨୫ଟି ରକ୍ତ ଦିଆଯାଇଛି।

ସମ୍ବନ୍ଧିତ ଖବର