ବେଇଜିଂ: ଡୋକଲାମ ବିବାଦ ପରେ ପ୍ରଥମ ଥର ପାଇଁ ଭାରତ ଓ ଚୀନ ସୀମା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଶୁକ୍ରବାର ଦିନ ବେଇଜିଂ ଠାରେ ଅନୁଷ୍ଠିତ ଏହି ଭାରତ-ଚୀନ ସୀମା ସଂକ୍ରାନ୍ତୀୟ ଆଲୋଚନା (ଡବୁଲ୍ୟଏମସିସି)ବେଶ୍ ଫଳପ୍ରଦ ରହିଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ଠାରୁ ପ୍ରକାଶ। ଏହା ପରେ ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ନେଇ ଆଗାମୀ ମାସରେ ପୁଣି ଥରେ ଆଲୋଚନା କରାଯିବ। ଏହି ସ୍ୱତନ୍ତ୍ର ପ୍ରତିନିଧି ବୈଠକରେ ସୀମା ବିବାଦର ଶାନ୍ତପୂର୍ଣ୍ଣ ସମାଧାନ ପାଇଁ ବିଭିନ୍ନ ପ୍ରସ୍ତାବ ଓ ସମ୍ଭାବନା ଉପରେ ଆଲୋଚନା କରାଯିବ।
ସୂଚନା ଯୋଗ୍ୟ ଯେ ଚୀନ ପକ୍ଷରୁ ଭାରତ-ଚୀନ-ଭୁଟାନ ଟ୍ରାଇ-ଜଙ୍କସନ୍ରେ ଭୁଟାନ ମାଟିରେ ଭାରତ ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣକୁ ନେଇ ଭାରତ ଚୀନ ମଧ୍ୟରେ ବିବାଦ ଉପୁଜି ଥିଲା। ଏଥିପାଇଁ ଦୁଇ ଦେଶର ଅଧିକାରୀ ମାନଙ୍କର ବୈଠକ ବସିଥିଲା। ଏଥିରେ ଭାରତର ପୂର୍ବ ଏସିଆ ଯୁଗ୍ମ ସଚିବ ପ୍ରଣୟ ବର୍ମା ଓ ଚୀନର ଏସିଆନ ଆଫାୟାର୍ସର ମହାନିର୍ଦ୍ଦେଶକ ଜିଆଓ କ୍ୱିଆଁ ଯୋଗ ଦେଇ ଭାରତ-ଚୀନ ସୀମାନ୍ତର ସମସ୍ତ ସେକ୍ଟର ସମ୍ପର୍କରେ ଆଲୋଚନା କରିଥିଲେ। ଉଭୟ ଦେଶ ସୀମାରେ ଶାନ୍ତି ବଜାୟ ରଖିବା ସହିତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ କରିବାକୁ ନିଷ୍ପତ୍ତି ହୋଇଥିବା ବୈଠକ ପରେ ଜାରି ଏକ ଘୋଷଣାନାମାରେ କୁହାଯାଇଛି।
କେବଳ ସେତିକି ନୁହେଁ, ଉଭୟ ଦେଶର ଅଧିକାରୀ ମାନେ ପରସ୍ପର ଉପରେ ଯେପରି ବିଶ୍ୱାସ ବୃଦ୍ଧି ପାଇବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି। ସୂଚନା ଯୋଗ୍ୟ ଯେ ୨୦୧୨ ମସିହାରେ ଡବୁଲ୍ୟଏମସିସ ଗଠିତ ହେବା ପରେ ଲହା ହେଉଛି ୧୦ମ ବୈଠକ। ଆସନ୍ତା ମାସରେ ନୂଆ ଦିଲ୍ଲୀ ଠାରେ ଭାରତ- ରୁଷିଆ- ଚୀନ ବୈଦେଶିକ ମନ୍ତ୍ରୀ ମାନଙ୍କ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵି ଯୋଗ ଦେବେ। ଏହା ପୂର୍ବାରୁ ଡବୁଲ୍ୟଏମସିସ ବୈଠକରେ ଉଭୟ ଦେଶ ସୀମା ବିବାଦର ସମାଧାନ ପାଇଁ ଆଲୋଚନା କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।
ଡୋକଲାମ ବିବାଦ ପରେ ସୀମା ପ୍ରସଙ୍ଗରେ ଭାରତ- ଚୀନର ପ୍ରଥମ ବୈଠକ
/sambad/media/post_attachments/wp-content/uploads/2017/11/indo-sino-border.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)