କେରଳର କୋଚିରେ କରୋନାଭାଇରସଜନିତ ପ୍ରଥମ ମୃତ୍ୟୁ

ତିରୁବନନ୍ତପୁରମ୍: ଶନିବାର ଦିନ କେରଳ କୋଚିରେ କରୋନାଭାଇରସଜନିତ ପ୍ରଥମ ମୃତ୍ୟୁ ଘଟିଥିବା କଥା ରାଜ୍ୟ ସରକାର ଘୋଷଣା କରିଛନ୍ତି ।

୬୯ ବର୍ଷିୟ ଏହି କରୋନାଭାଇରସ୍ ଆକ୍ରାନ୍ତ ବ୍ୟକ୍ତିଜଣକ କୋଚିସ୍ଥିତ କଲାମାସେରି ମେଡିକାଲ୍ କଲେଜରେ ଚିକିତ୍ସିତ ହେଉଥିଲେ ।

ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତିଜଣକ ଦୁବାଇ ଯାଇଥିଲେ । ତାଙ୍କ ଠାରେ ନିମୋନିଆ ଲକ୍ଷଣ ଦେଖାଦେବାରୁ ମାର୍ଚ ୨୨ ତାରିଖ ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Image Source: India Today

ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା । ହୃଦରୋଗଜନିତ ସମସ୍ୟା ନିମନ୍ତେ ସେ ଚିକିତ୍ସିତ ହେଉଥିଲେ । ତାଙ୍କର ଉଚ୍ଚ ରକ୍ତଚାପ ମଧ୍ୟ ଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଏହା ପୂର୍ବରୁ କରୋନାଭାଇରସ୍ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୧୯ ଥିଲା ।

ଭାରତରେ କରୋନାଭାଇରସ ସଂକ୍ରମିତ ହେବାରେ କେରଳ ପ୍ରଥମ ରାଜ୍ୟ । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା ୧୭୬ ଜଣଙ୍କ ମଧ୍ୟରୁ ୧୧ ଜଣ ହେଉଛନ୍ତି ବିଦେଶୀ ନାଗରିକ ।

ସମ୍ବନ୍ଧିତ ଖବର