ହ୍ବାଇଟ୍ ହାଉସ୍ କର୍ମଚାରୀ କରୋନାଭାଇରସ୍ ଆକ୍ରାନ୍ତ

ୱାସିଂଟନ୍: ଆମେରିକାର ଉପରାଷ୍ଟ୍ରପତି ମାଇକ୍ ପେନ୍ସିଙ୍କ କର୍ମଚାରୀଙ୍କ ମଧ୍ୟ‌ରୁ ଜଣେ କରୋନାଭାଇରସ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ, ସେ କର୍ମଚାରୀଜଣକ ରାଷ୍ଟ୍ରପତି କିଂବା ଉପରାଷ୍ଟ୍ରତିଙ୍କ ସଂସ୍ପର୍ଶରେ ଆସି ନାହାନ୍ତି। ଶୁକ୍ରବାର ଦିନ ହ୍ବାଇଟ୍ ହାଉସ୍ ଜାରି କରିଥିବା ବିବୃତିରେ ଏହା ଉଲ୍ଲେଖ କରାଯାଇଛି। ହ୍ବାଇଟ୍ ହାଉସର କୌଣସି କର୍ମଚାରୀ କରୋନାଭାଇରସ୍‌ ଦ୍ବାରା ଆକ୍ରାନ୍ତ ହେବାରେ ଏହା ହେଉଛି ପ୍ରଥମ ଘଟଣା।

ଶୁକ୍ରବାର ଠାରୁ ଯୁକ୍ତରାଷ୍ଟ୍ର ଆମେରିକାର ଅଧିକାଂଶ ରାଜ୍ୟର ସରକାରୀ କର୍ତ୍ତୃପକ୍ଷ ଲୋକମାନଙ୍କୁ ‘ଘରେ ରହିବା’ ପାଇଁ ନିର୍ଦେଶ ଦେଇଛନ୍ତି। ତେଣୁ ତେଜରାତି ଏବଂ ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଛି।

Image Source: Hindustan Times

ଏଠାରେ ସ୍ମରଣ କରାଇଦିଆଯାଇପାରେ ଯେ ଗତ ସପ୍ତାହରେ ରାଷ୍ଟ୍ରପତି ଟ୍ରମ୍ପ୍ ମଧ୍ୟ ନିଜ ସ୍ବାବ ନମୁନା ପରୀକ୍ଷା କରାଇଥିଲେ। ତାହା ନେଗେଟିଭ୍ ବାହାରି ଥିଲା। ଟ୍ରମ୍ପ୍ ନମୁନା ପରୀକ୍ଷା କରାଇବାର କାରଣ ହେଉଛି ଗତ ସପ୍ତାହରେ ସେ ଯେଉଁ ବ୍ରାଜିଲୀୟ ପ୍ରତିନିଧି ଦଳର ସଦସ୍ୟଙ୍କୁ ରାତ୍ର ଭୋଜନରେ ଆପ୍ୟାୟିତ କରିଥିଲେ ସେ ବ୍ୟକ୍ତିଜଣକ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ପରେ ଜଣାପଡ଼ିଥିଲା।

ଉପରାଷ୍ଟ୍ରପତି ପେନ୍ସି କିନ୍ତୁ, ଏ ପର୍ଯ୍ୟନ୍ତ ନିଜର ସ୍ବାବ ନମୁନା ପରୀକ୍ଷା କରିନାହାନ୍ତି। ସେ କରୋନାଭାଇରସ୍ ସଂକ୍ରମଣ ବିରୋଧରେ କାର୍ଯ୍ୟ କରୁଥିବା ହ୍ବାଇଟ୍ ହାଉସ୍ ଟାସ୍କଫୋର୍ସର ନେତୃତ୍ବ ନେଉଛନ୍ତି।

 

ସମ୍ବନ୍ଧିତ ଖବର