ନ୍ୟୁୟର୍କ: କରୋନା ସଂକ୍ରମିତ ପ୍ରଥମ କୁକୁରର ମୃତ୍ୟୁ

ନ୍ୟୁୟର୍କ : ନ୍ୟୁୟର୍କର କରୋନା ସଂକ୍ରମିତ ପ୍ରଥମ କୁକୁରର ମୃତ୍ୟୁ ହୋଇଯାଇଛି। ଷ୍ଟେଟେନ୍‌ ଦ୍ବୀପର ରର୍ବଟ ଏବଂ ଆଲିସନଙ୍କର ୭ ବର୍ଷର କୁକୁର କରୋନା ସଂକ୍ରମିତ ହୋଇଥିଲା। ଗତ କିଛି ସପ୍ତାହ ଧରି କୁକୁର ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହ ଶେଷରେ ତା’ର ମୃତ୍ୟୁ ଘଟିଛି। ଆମେରିକାର କୃଷି ବିଭାଗର ତଥ୍ୟ ଅନୁସାରେ, ନ୍ୟୁୟର୍କର ଏହି କୁକୁର ହେଉଛି କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ପ୍ରଥମ କୁକୁର। ଗତ ଏପ୍ରିଲରେ ଏହି କୁକୁର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଜୁଲାଇ ୧୧ରେ ତା’ର ପ୍ରବଳ ରକ୍ତବାନ୍ତି ହୋଇଥିଲା ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆମେରିକାରେ ଆଜି ଯାଏ ୧୨ କୁକୁର, ୧୦ ବିଲେଇ, ଗୋଟିଏ ବାଘ ଏବଂ ଗୋଟିଏ ସିଂହ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର