ପାକିସ୍ତାନ: ପାକିସ୍ତାନର ଯାତାୟାତ ଅଧିକାରୀ ପ୍ରଥମ ଥର ଟ୍ରାନ୍‌ସଜେଣ୍ଡର ମହିଳାଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍‌ସ ଉପଲବ୍ଧ କରାଇଛନ୍ତି । ଯାହାକି ଦେଶର ଇତିହାସରେ ପ୍ରଥମ ବୋଲି କୁହାଯାଉଛି।

Advertisment

ସୂଚନାଯୋଗ୍ୟ,, ଇସଲାମାବାଦ ଟ୍ରାଫିକ୍‌ ପୁଲିସ୍‌(ଆଇଟିପି) ଲୈଲା ଅଲିଙ୍କୁ ଇସଲାମାବାଦ ପୁଲିସ ପ୍ରମୁଖଙ୍କ ବିଶେଷ ନିର୍ଦ୍ଦେଶ ଅଧିନରେ ଲାଇସେନ୍‌ସ ଉପଲବ୍ଧ କରାଇଛନ୍ତି । ଇସଲାମାବାଦ ପୁଲିସ ପ୍ରମୁଖ କହିଛନ୍ତି କି, ସେ ୧୫ ବର୍ଷ ଧରି ବିନା କୌଣସି ଲାଇସେନ୍‌ସରେ ଗାଡି ଚଲାଉଥିଲେ ।

ଟ୍ରାନ୍‌ସଜେଣ୍ଡର ସମୁଦାୟଙ୍କ ଅସୁବିଧା ଉପରେ ପୁଲିସ ନଜର ରଖିବ ବାଲି ଆଶ୍ୱସନା ଦେଇଥିବା କଥା ଲୈଲା କହିଛନ୍ତି। ବର୍ତ୍ତମାନ ପାକିସ୍ତାନରେ ପାଖାପାଖି ୫୦୦,୦୦ ଟ୍ରାନ୍‌ସଜେଣ୍ଡର ରହୁଛନ୍ତି । ମଇରେ ପାକିସ୍ତାନ ସଂସଦ ଟ୍ରାନ୍‌ସଜେଣ୍ଡର ପର୍ସନ୍‌ସ ଆକ୍ଟ ପାରିତ କରିଥିଲା । ଯେଉଁଥିରେ ଟ୍ରାନ୍‌ସଜେଣ୍ଡରଙ୍କ ସୁରକ୍ଷା ଓ ଅଧିକାର ଗୁଡିକର ପ୍ରାବଧାନ ଅଛି ।