ମୁମ୍ବାଇରେ ଗଡ଼ିଲା ପ୍ରଥମ ଇଲେକ୍ଟ୍ରିକ ଏସି ଡବଲ ଡେକର ବସ୍‌

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ମୁମ୍ବାଇରେ ଦେଶର ପ୍ରଥମ ଇଲେକ୍ଟ୍ରିକ ଡବଲ ଡେକର ଏସି ବସ୍‌ର ଶୁଭାରମ୍ଭ କରିଛନ୍ତି। ୨୦୨୩ ମଧ୍ୟଭାଗ ସୁଦ୍ଧା ଏଭଳି ୫ ଶହ ବସ୍‌ ମୁମ୍ବାଇ ରାସ୍ତାରେ ଗଡ଼ିବ। ଗଡ଼କରୀ ଆଜି ଏକ ଟ୍ବିଟ୍‌ କରି ଉକ୍ତ ଇଲେକ୍ଟ୍ରିକ ବସ୍‌ ଶୁଭାରମ୍ଭ ସଂକ୍ରାନ୍ତରେ ଘୋଷଣା କରିଛନ୍ତି। ଗଡ଼କରୀ କହିଛନ୍ତି, ‌ଅଶୋକ ଲେଲାଣ୍ଡ୍‌ର ଇଲେକ୍ଟ୍ରିକ ଡବଲ ଡେକର ବସ୍‌ ଉଦ୍‌ଘାଟନ କରି ମୁଁ ଆଜି ଅତ୍ୟନ୍ତ ଆନନ୍ଦିତ। ଅଶୋକ ଲେଲାଣ୍ଡ୍‌ର ଇଲେକ୍ଟ୍ରିକ୍‌ ଯାନ ଶାଖା ସ୍ବିଚ୍‌ ମୋବିଲିଟି ଦ୍ବାରା ଏହି ଇଲେକ୍ଟ୍ରିକ ବସ୍‌ ନିର୍ମାଣ ହୋଇଛି। କମ୍ପାନି ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୯୦୦ ବିଦ୍ୟୁତ୍‌ ବସ୍‌ ଯୋଗାଣ ପାଇଁ ବୃହନ୍‌ମୁମ୍ବାଇ ବିଦ୍ୟୁତ ଯୋଗାଣ ଏବଂ ପରିବହନ (ବେଷ୍ଟ୍‌) ସହ ଏକ ଚୁକ୍ତି କରିଛି।

ସମ୍ବନ୍ଧିତ ଖବର