ଜାଣନ୍ତୁ ଭାରତରେ କେବେ ହୋଇଥିଲା ପ୍ରଥମ ଏନକାଉଣ୍ଟର

ମୁମ୍ବାଇ: ‘ଏନକାଉଣ୍ଟର’ ଅପରାଧ ଦୁନିଆ ସହ ଖୁବ ପରିଚିତ ନାମଟିଏ | ତେବେ ଆପଣ ଜାଣିଛନ୍ତି କି ଭାରତରେ କେବେ ହୋଇଥିଲା ପ୍ରଥମ ଏନକାଉଣ୍ଟର | କୁହାଯାଏ ଯେ ୧୯୮୦ ମସିହାରେ ମୁମ୍ବାଇରେ ଅଣ୍ଡରୱାର୍ଲ୍ଡ ଅପରାଧକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ ଡିଟେକସନ୍ ୟୁନିଟ୍ ଗଠନ କରାଯାଇଥିଲା। ଯାହାକୁ ଏନକାଉଣ୍ଟର ସ୍କ୍ୱାର୍ଡ କୁହାଯାଉଥିଲା | ଏହି ସ୍କ୍ୱାର୍ଡ ଡି କମ୍ପାନୀ, ଅରୁଣ ଗାୱାଲି ଏବଂ ଅମର ନାଇକ ଭଳି ଅପରାଧୀଙ୍କ ଗ୍ୟାଙ୍ଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ତିଆରି କରାଯାଇଥିଲା |

ମୁମ୍ବାଇ ପୁଲିସର ଟିମ୍ ୧୧ ଜାନୁଆରୀ ୧୯୮୨ ରେ ପ୍ରଥମ ଏନକାଉଣ୍ଟର କରିଥିଲା | ଆଉ ଏହାକୁ ମଧ୍ୟ ଦେଶର ପ୍ରଥମ ଏନକାଉଣ୍ଟର ମଧ୍ୟ କୁହାଯାଏ | ଏହି ଏନକାଉଣ୍ଟର ମୁମ୍ବାଇର ୱାଡାଲା କଲେଜରେ ହୋଇଥିଲା | ଯେତେବେଳେ ସ୍ୱତନ୍ତ୍ର ଟିମ୍ ଗ୍ୟାଙ୍ଗଷ୍ଟର ମାନ୍ୟା ସୁରବେ ଉପରକୁ ୬ଟି ଗୁଳି ଚଳାଇଥିଲା |

ଦେଶ ସ୍ୱାଧୀନତା ପାଇବା ପରେ ଏହା ପ୍ରଥମ ମୁକାବିଲା ଥିଲା, ଯାହା ଉପରେ ଅନେକ ଆଲୋଚନା ହୋଇଥିଲା | ଏହା ଉପରେ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଥିଲା | ତା’ପରେ ୧୯୮୪ ରୁ ୧୯୯୫ ମଧ୍ୟରେ ପଞ୍ଜାବ ବିଦ୍ରୋହ ସମୟରେ ‘ପୁଲିସ ଏନକାଉଣ୍ଟର’ ଶବ୍ଦ ବ୍ୟବହୃତ ହୋଇଥିଲା। ବିଭିନ୍ନ ରାଜ୍ୟରୁ ଏନକାଉଣ୍ଟର ଖବର ସବୁ ଆସିଥିଲା |

ସମ୍ବନ୍ଧିତ ଖବର