ସେପ୍ଟେମ୍ବର ୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ପ୍ରଥମ ଥର ପାଇଁ ୨+୨ ଆଲୋଚନା

ନୂଆଦିଲ୍ଲୀ: ସେପ୍ଟେମ୍ବର ୬ ତାରିଖ ଦିନ ଜାତୀୟ ରାଜଧାନୀରେ ଭାରତ ଏବଂ ଯୁକ୍ତରାଷ୍ଟ୍ର ମଧ୍ୟରେ ସର୍ବ ପ୍ରଥମ ‘ଦୁଇ-ଯୁକ୍ତ-ଦୁଇ ଆଲୋଚନା’ ଆୟୋଜନ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ଶୁକ୍ରବାର ଦିନ ଘୋଷଣା କରିଛି।

ବୈଦେଶିକ ବିଭାଗର ମୁଖପାତ୍ର ହିଦର୍‌ ନୌରେଟ୍‌ ଏକ ବିବୃତିରେ କହିଛନ୍ତି: ଆନନ୍ଦର ସହ ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରୁଛି କି, ସେପ୍ଟେମ୍ବର ୬ ତାରିଖ ଦିନ ଭାରତର ନୂଆଦିଲ୍ଲୀ ଠାରେ ଯୁକ୍ତରାଷ୍ଟ୍ର ଆମେରିକା-ଭାରତ ୨+୨ ଆଲୋଚନା ଉଦ୍‌ଘାଟନ ହେବ।

ସେପ୍ଟେମ୍ବର ମାସରେ ଦୁଇ ଦେଶ ମଧ୍ୟରେ ଆଲୋଚନାର ଉଦ୍‌ଘାଟନ ହେବ ବୋଲି ଗତ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଉନ୍ନତି ଏବଂ ଦୃଢ଼ିକରଣ ବିଷୟରେ ନିର୍ଦ୍ଧାରିତ ଆଲୋଚନାର ଉଦ୍ଦେଶ୍ୟ।

ସୀତାରମଣ ସାମ୍ବାଦିକମାନଙ୍କୁ କହିଛନ୍ତି: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକା ସହ ୨+୨ ଆଲୋଚନା ସଙ୍ଗଠିତ ହେବ। ଏହି ଆଜେଣ୍ଡା ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଉନ୍ନତ ଓ ମଜଭୁତ କରାଯିବା ଉପରେ ଗୁରୁତ୍ୱ ଦେବା ସହ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜିମ୍‌ ମେଟ୍ଟିଙ୍କ ସହ କ’ଣ ଗୋପନ ଆଲୋଚନା କରାଯାଇଛି ତାହା ଉନ୍ମୁକ୍ତ ହେବ।

ଆଲୋଚନା ଚଳିତ ମାସରେ ହେବାର ଥିଲା କିନ୍ତୁ କେତେକ ଅନିର୍ବାଯ୍ୟ କାରଣ ଯୋଗୁଁ ଆମେରିକା ତାହାକୁ ଆସନ୍ତା ମାସକୁ ଘୁଞ୍ଚାଇ ଦେଇଛି।
ସୀତାରମଣ କହିଛନ୍ତି ଯେ ଆମେରିକୀୟ ବୈଦେଶିକ ସଚିବ ପମ୍ପେଓ ଜୁଲାଇ ପ୍ରଥମ ସପ୍ତାହରେ ଉତ୍ତର କୋରିଆ ଗସ୍ତରେ ଥିବାରୁ ଆଲୋଚନା ବାତିଲ କରାଯାଇଥିଲା।

ଜୁନ୍‌ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ଦୁଇ ପକ୍ଷ ‘୨+୨’ ଆଲୋଚନା ପାଇଁ ସମ୍ମତି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର