ନୂଆଦିଲ୍ଲୀ : ଦୁନିଆରେ ପ୍ରତ୍ୟେକ ଜୀବର ଜନ୍ମ ସ୍ୱତନ୍ତ୍ର। କିନ୍ତୁ ଏହି ବର୍ଷ ମାର୍ଚ୍ଚ ୧୬ ତାରିଖରେ ଜନ୍ମିତ ବାଛୁରୀ 'ଗଙ୍ଗା' ର ଜନ୍ମ ସଂପୂର୍ଣ୍ଣ ଭାବେ ଭିନ୍ନ । ଗଙ୍ଗା ହେଉଛି ଭାରତର ପ୍ରଥମ କ୍ଲୋନଡ୍ ଗାଈ ବା କ୍ଲୋନିଂ ପଦ୍ଧତିରେ ଜନ୍ମିତ ଗାଈ। ଗଙ୍ଗା ହରିୟାଣାର କର୍ଣ୍ଣାଲରେ ଥିବା ଜାତୀୟ ଦୁଗ୍ଧ ଅନୁସନ୍ଧାନ ପ୍ରତିଷ୍ଠାନର ବୈଜ୍ଞାନିକମାନଙ୍କ ଦ୍ୱାରା ଜନ୍ମଗ୍ରହଣ କରିଛି। ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ କ୍ଲୋନିଂ ସ୍ୱଦେଶୀ ଗାଈମାନଙ୍କ ପ୍ରଜନନକୁ ଉତ୍ସାହିତ କରିବ। ଦେଶୀ ପ୍ରଜାତିର ଗାଈ ସଂଖ୍ୟା କ୍ରସ୍ ବ୍ରିଡିଙ୍ଗ, ଉଚ୍ଚ ଅମଳକ୍ଷମ ବିଦେଶୀ ପ୍ରଜାତି ଓ ରପ୍ତାନି ମାଧ୍ୟମରେ ହ୍ରାସ ପାଇଛି। ଗଙ୍ଗା ଗିର୍ ପ୍ରଜାତିର ଗାଈ। ଗିର୍ ଗାଈକୁ ସର୍ବୋତ୍ତମ ପ୍ରଜାତି ଭାବରେ ବିବେଚନା କରାଯାଏ। ଏହା ଏକ ଶକ୍ତିଶାଳୀ ପ୍ରଜାତି ଓ ଏହି ଗାଈ ଭାରତରେ ବହୁଳ ଭାବେ ଦେଖାଯାଇଥାନ୍ତି, ତେଣୁ ଏହାକୁ କ୍ଲୋନିଂ ପାଇଁ ଚୟନ କରାଯାଇଥିଲା। ସେମାନେ ଦେଶର ଗରମ ଓ ଆର୍ଦ୍ର ଜଳବାୟୁ ପାଇଁ ଉପଯୁକ୍ତ। କ୍ଲୋନିଂ ଟେକ୍ନୋଲୋଜି ଦେଶରେ ଅଧିକ କ୍ଷୀର ଉତ୍ପାଦନ କରୁଥିବା ଗାଈର ଆବଶ୍ୟକତାକୁ ପୂରଣ କରିପାରିବ।
ଫଟୋ ସୌଜନ୍ୟ: ନବଭାରତ ଟାଇମ୍ସକ୍ଲୋନିଂ କିପରି କରାଯାଏ?
୨୦୧୮ରେ ବୈଜ୍ଞାନିକମାନେ ଓଭମ୍ ପିକ୍ ଅପ୍ (OPU) ନାମକ ଏକ ନୂତନ ଅଣ-କ୍ଷତିକାରୀ କୌଶଳ ବିଷୟରେ ଅବଗତ ହେଲେ, ଯାହା ଗାଈର କ୍ଷତି ନକରି ଓସାଇଟ୍ ଅଲଗା କରିବାରେ ବ୍ୟବହୃତ ହୋଇପାରେ। କ୍ଲୋନିଂ ପାଇଁ ବୈଜ୍ଞାନିକମାନେ ଓସାଇଟ୍ ର ଡିଏନଏ ଗଠନ ପରିବର୍ତ୍ତନ କରନ୍ତି ଏବଂ ପରେ ଏହାକୁ ଏକ ଭ୍ରୁଣରେ ପରିପକ୍ୱ କରନ୍ତି। ବରିଷ୍ଠ ବୈଜ୍ଞାନିକ ସେଲୋକାର କହିଛନ୍ତି, କ୍ଲୋନେଡ୍ ପ୍ରାଣୀଙ୍କର କେଉଁ ଗୁଣ ରହିବ ତାହା ନିର୍ଣ୍ଣୟ କରିବାକୁ ଏହା ଅନୁମତି ଦେଇଥାଏ । ବାଛୁରୀ କଠିନ ଜଳବାୟୁ ପରିସ୍ଥିତିକୁ ସହ୍ୟ କରିବାକୁ ସମର୍ଥ ହେବା ଉଚିତ ଓ ଅଧିକ କ୍ଷୀର ମଧ୍ୟ ଦେଉଥିବା ଦରକାର। ଆଗକୁ ଏହି ଟେକ୍ନୋଲୋଜିର ଉନ୍ନତି କରାଯିବ ଯାହା ଦ୍ୱାରା ଅଧିକ ବାଛୁରୀ କ୍ଲୋନ ହେବ ବୋଲି ଏନଡିଆରଆଇ ଦାବି କରିଛି। ଏନଡିଆରଆଇର ବରିଷ୍ଠ ବୈଜ୍ଞାନିକ ଡକ୍ଟର ନରେଶ ସେଲୋକାର କହିଛନ୍ତି, ଏହି ପଦ୍ଧତି ପ୍ରାଣୀ ପାଇଁ କୈଣସି କ୍ଷତି କରିନଥାଏ। ଆମେ କିଛି ସମୟ ଯାଏ ଟେକ୍ନୋଲୋଜିର ଅଧ୍ୟୟନ କରିଥିଲୁ ଏବଂ ଏହା କରିବା ପରେ ଅନୁମୋଦନ ପାଇଁ ଆବେଦନ କରିଥିଲୁ। ୨୦୨୧ରେ ଆମେ ଶେଷରେ ଗଙ୍ଗାକୁ କ୍ଲୋନ କରିବା ପାଇଁ ପ୍ରକଳ୍ପ ଆରମ୍ଭ କରିଥିଲୁ।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ଏଗ୍ରିକଲଚର ରିସର୍ଚ୍ଚ (ଆଇସିଆର)ର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ କହିଛନ୍ତି ଯେ, ଜନ୍ମ ସମୟରେ ଗଙ୍ଗାର ଓଜନ ୩୨ କିଲୋଗ୍ରାମ ଥିଲା। ସେ ଶାରୀରିକ, ଜେନେଟିକ୍ ଓ ଅନ୍ୟାନ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲା। କିନ୍ତୁ ଏଠାରେ ପହଞ୍ଚିବା ପାଇଁ ବୈଜ୍ଞାନିକମାନଙ୍କୁ ବହୁ ବର୍ଷ ଲାଗିଗଲା। ଫେବୃଆରୀ ୨୦୦୯ରେ ଆଇସିଏଆର ଓ ଏନଡିଆରଆଇ ବିଶ୍ୱର ପ୍ରଥମ କ୍ଲୋନ୍ ହୋଇଥିବା ମଇଁଷି ବାଛୁରୀ 'ସମରୁପା' ସହିତ ଇତିହାସ ସୃଷ୍ଟି କରିଥିଲେ। ତେବେ ଜନ୍ମର ପାଞ୍ଚ ଦିନ ପରେ ଫୁସଫୁସ ସଂକ୍ରମଣ ହେତୁ ସମରୁପାର ମୃତ୍ୟୁ ହୋଇଥିଲା। ଏହା ପରେ ଭାରତ ଅନ୍ୟ ୨୬ ପ୍ରାଣୀକୁ କ୍ଲୋନ କରିଛି। କିନ୍ତୁ ଗାଈ କ୍ଲୋନିଂ ସର୍ବାଧିକ ସମୟ ନେଇଥିଲା। ଏହାର ସବୁଠାରୁ ବଡ କାରଣ ହେଉଛି ଗାଈ ପ୍ରତି ଥିବା ଧାର୍ମିକ ସମ୍ବେଦନଶୀଳତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/clonned-cow-ganga.jpg)