ଡେରାଡୁନ: ଉତ୍ତରଖଣ୍ଡର କୋଟଦ୍ବାର ସହରରେ ବିଶ୍ବର ପ୍ରଥମ ମୁସ୍ଲମାନ ଯୋଗ ଶିବିର ଆରମ୍ଭ ହୋଇଯାଇଛି। ଶିବିରର ପ୍ରତିଭାଗୀମାନେ କହିଛନ୍ତି ଯେ ଯୋଗ ହେଉଛି ଏକ ଆଧ୍ୟାତ୍ମିକ ଅଭ୍ୟାସ। ଏହାକୁ କେଉଁ ବି ଧର୍ମର ଲୋକ କରିପାରିବେ। ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହ ଜଡ଼ିତ ନୁହେଁ।
ଦେଓବନ୍ଦରେ ଥିବା ଏକ ମେଡିକାଲ୍ କଲେଜର ପ୍ରଫେସର୍ ୟୁନୁସ କଶ୍ମୀ କହିଛନ୍ତି, ‘ଯୋଗ ହେଉଛି ମଣିଷକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବାର ଏକ ଅଭ୍ୟାସ। ଏହାକୁ କେଉଁ ନିର୍ଦ୍ଦିଷ୍ଟ ଧର୍ମ ସହ ଯୋଡ଼ା ଯାଇପାରିବ ନାହିଁ। ଏହା ନିଜେ ଏକ ଅଭ୍ୟାସର ଧର୍ମ।’
/sambad/media/post_attachments/wp-content/uploads/2019/11/Untitled-17-300x200.jpg)
ଆୟୋଜିତ ହୋଇଥିବା ଏହି ପ୍ରଥମ ମୁସ୍ଲମାନ ଯୋଗ ଶିବିରକୁ ଉନ୍ମୋଚନ କରିଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ। ସମଗ୍ର ଦେଶରୁ ସମୁଦାୟ ୫୦୦ ମୁସ୍ଲମାନ ଏହି ଶିବିରରେ ଯୋଗଦାନ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ସେଠାରେ ନିଜର ଅଭିଭାଷଣ ରଖି କହିଛନ୍ତି ଯେ ‘ଯୋଗ ବ୍ୟକ୍ତିିଗତ, ସାମାଜିକ ଓ ଏପରିକି ଦେଶର ଅନେକ ସମସ୍ୟାକୁ ସମାଧାନ କରିପାରେ। ଏହା ମଣିଷକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖେ।