ମୁମ୍ବାଇ: ଯାତ୍ରାକାଳୀନ ସମୟ କମାଇବାକୁ ଭାରତୀୟ ରେଳବାଇରେ ପ୍ରଥମ କରି ଏକ ପାସେଞ୍ଜର୍ ଟ୍ରେନ୍ର ଉଭୟ ମୁଣ୍ଡରେ ଲାଗିବ ଇଞ୍ଜିନ୍। ବାନ୍ଦ୍ରା ଟର୍ମିନସ୍ ଓ ଦିଲ୍ଲୀର ହଜ୍ରତ୍ ନିଜାମୁଦ୍ଦିନ୍ ମଧ୍ୟରେ ଚଳାଚଳ କରୁଥିବା ସ୍ପେସାଲ୍ ରାଜଧାନୀରେ ଏହି କୌଶଳ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରିବ େଓ୍ଵଷ୍ଟର୍ଣ୍ଣ ରେଲ୍େଓ୍ଵ।
ସମ୍ପ୍ରତି ଚଳାଚଳ କରୁଥିବା ‘ରାଜଧାନୀ’ ଠାରୁ ‘ସ୍ପେସାଲ୍ ରାଜଧାନୀ’ ଇତିମଧ୍ୟରେ ଯାତ୍ରାକାଳୀନ ସମୟ ୨ ଘଣ୍ଟା କମାଇ ଦେଇସାରିଛି।
ସେଣ୍ଟ୍ରାଲ୍ ରେଲ୍େଓ୍ଵର ଜେନେରାଲ୍ ମ୍ୟାନେଜର୍ ଡି କେ ଶର୍ମାଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଏକ ରେଳବାଇ କମିଟି ‘ପୁସ୍ ଆଣ୍ଡ୍ ପୁଲ୍’ କୌଶଳର ପରୀକ୍ଷଣ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।
େଓ୍ଵଷ୍ଟର୍ଣ୍ଣ ରେଲ୍େଓ୍ଵର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ରବିନେର୍ ଭାକର କହନ୍ତି: ଇଞ୍ଜିନ୍ ପଛରେ ଲାଗିଲେ ମଧ୍ୟ ସାମ୍ନା ଇଞ୍ଜିନ୍ରେ ବସିଥିବା ଲୋକୋ ପାଇଲଟ୍ ତାହାକୁ ଚଳାଇବେ। ଦୁଇ ଇଞ୍ଜିନ୍ର ବେଗ ଓ ବ୍ରେକ୍ ମଧ୍ୟରେ ସଠିକ ସମନ୍ଵୟ ରକ୍ଷା କରିବାକୁ ଆମେ ଟେକ୍ନିକାଲ୍ ଅପ୍ଗ୍ରେଡ୍ ଆବଶ୍ୟକ କରୁଛୁ।
ପରୀକ୍ଷାମୂଳକ ଚଳାଚଳ ପରେ ହିଁ ଯାଇ ଜଣାପଡ଼ିବ ଯାତ୍ରାକାଳୀନ ସମୟ କେତେ କମି ପାରୁଛି। କେତେକ ବିଶେଷଜ୍ଞ କହନ୍ତି ଏହା ଦ୍ୱାରା ଯାତ୍ରା ସମୟ ଅଧ ଘଣ୍ଟାରୁ ଘଣ୍ଟାଏ ଯାଏଁ କମି ଯାଇ ପାରିବ।
ସମ୍ପ୍ରତି କେବଳ ଘାଟ୍ ସେକ୍ସନ୍ ରେଳଗାଡ଼ିମାନଙ୍କର ପଛରେ ଇଞ୍ଜିନ୍ ଲାଗୁଛି। ସେ ଅଞ୍ଚଳର ଅଧିକ ତୀଖ ଥିବାରୁ ସେଠାରେ ଏ ଭଳି ବ୍ୟବସ୍ଥା କରାଯାଇଛି।