ପାକିସ୍ତାନରେ ହେଲା କମାଲ : ସିନ୍ଧ୍‌ରେ ପ୍ରଥମ ଥର ଜଣେ ହିନ୍ଦୁ ମହିଳା ବନିଲେ ପୁଲିସ ଅଫିସର

ନୂଆଦିଲ୍ଲୀ : କିଛି ଦିନ ହେଲାଣି ପାକିସ୍ତାନରେ ରହୁଥିବା ହିନ୍ଦୁ ଓ ଶିଖ୍‌ ଯୁବତୀମାନଙ୍କ ଧର୍ମ ପରିବର୍ତ୍ତନ କରାଯାଇ ଜୋରଜବରଦସ୍ତ ସେମାନଙ୍କ ବିବାହ କରାଯାଉଥିବାର ଖବର ଆସୁଥିଲା । କିନ୍ତୁ ହଠାତ୍‌ ପାକିସ୍ତାନରୁ ଏକ ଭଲ ଖବର ମିଳିଛି । ଖବରଟି ବହୁ ଦିଗରୁ ଗୁରୁତ୍ବପୂର୍ଣ୍ଣ । କାରଣ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ପାକିସ୍ତାନର ସିନ୍ଧ୍‌ରେ ପୁଲିସ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ଏହି  ଖବରର ଖୁଲାସା କରିଛି ପାକିସ୍ତାନୀ ଟିଭି ଜିଓ ନିଉଜ୍‌ । ପାକିସ୍ତାନର ସିନ୍ଧ୍‌ ଅଞ୍ଚଳରେ ପୁଷ୍ପା କୋହଲୀଙ୍କୁ ଆସିଷ୍ଟାଣ୍ଟ ସବ୍‌-ଇନ୍‌ସ୍ପେକ୍ଟର ଭାବେ ନିଯୁକ୍ତି ମିଳିଛି । ଗୋଟେ ଦିନ ପୂର୍ବରୁ ପାକିସ୍ତାନର ମାନବାଧିକାର କାର୍ଯ୍ୟକର୍ତ୍ତା ମଧ୍ୟ ଏ ନେଇ ସୂଚନା ଦେଇଥିଲେ ।

ତେବେ ପାକିସ୍ତାନରେ ପ୍ରଥମ ଥର ପାଇଁ କୌଣସି ଅଳ୍ପସଂଖ୍ୟକ ହିନ୍ଦୁ ମହିଳାଙ୍କୁ ପୁଲିସ ଅଫିସର ପଦରେ ନିଯୁକ୍ତି ମିଳିଛି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୁଷ୍ପା ପ୍ରାନ୍ତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ସଫଳ ହେବା ପରେ ତାଙ୍କୁ ଏହି ପଦ ମିଳିଛି ।

ସମ୍ବନ୍ଧିତ ଖବର