ମଥୁରା : ଉତ୍ତର ପ୍ରଦେଶର ମଥୁରାରେ ଖୋଲିଲା ଦେଶର ପ୍ରଥମ ହାତୀ ହସ୍ପିଟାଲ । ଡିଜିଟାଲ ଏକ୍ସରେ ଓ ଥର୍ମାଲ ଇମେଜିଂ ପରି ଏହି ହସ୍ପିଟାଲରେ ହାତୀଙ୍କୁ ଦିଆଯିବ ଅତ୍ୟାଧୁନିକ ଚିକିତ୍ସା ସୁବିଧା । ଦେଶରେ ହାତୀମୃତ୍ୟୁ ବୃଦ୍ଧି ପାଉଥିବା ବେଳେ ଉତ୍ତର ପ୍ରଦେଶ ବନବିଭାଗର ନିଆରା ଉଦ୍ୟମକୁ ଚାରିଆଡୁ ପ୍ରଶଂସା ଆସିବାରେ ଲାଗିଛି । ଆଗ୍ରା ବନ ଉପଖଣ୍ଡ ଅଧୀନରେ ଏହି ହସ୍ପିଟାଲ ରହିଛି । ଆହତ କିମ୍ବା ରୋଗଗ୍ରସ୍ତ ହାତୀଙ୍କୁ ଏହି ଡାକ୍ତରଖାନାରେ ଚିକିତ୍ସା କରାଯିବ।
/sambad/media/post_attachments/wp-content/uploads/2018/11/0521_wild_life_final-300x225.jpg)
ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିରୁ ଭାରତରେ ହାତୀଙ୍କୁ ବିଶେଷ ମର୍ଯ୍ୟାଦା ଦିଆଯାଉଥିବା ବେଳେ ହାତୀମୃତ୍ୟୁ ବଢ଼ିବାରେ ଲାଗିଛି । ଏ ଦିଗରେ ଏହି ହାତୀ ହସ୍ପିଟାଲ ବିଶେଷ ଭାବେ ସହାୟକ ହେବା କୁହାଯାଉଛି । ତେବେ ଅନେକ ସମୟରେ ଦେଖାଯାଉଛି ଯେ, ହାତୀମାନେ ଅନେକ ସମୟରେ ବିଭିନ୍ନ କାରଣରୁ ପ୍ରାଣ ହରାଉଛନ୍ତି । ତେଣୁ ତାହାକୁ ହ୍ରାସ କରିବା ପାଇଁ ବନ ବିଭାଗର ଏପରି ପରିକଳ୍ପନାକୁ ସ୍ୱାଗତ କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/755704-18ph-2018-11-18t103531z1422122587rc11ca146490rtrmadp3india-elephant-hospital.jpg)