ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ପ୍ରଥମ ଥର ଜୈବ-ଇନ୍ଧନରେ ଉଡ଼ିଲା

ନୂଆଦିଲ୍ଲୀ: ଜୈବ-ଇନ୍ଧନ ବ୍ୟବହାର କରି ବିମାନ ଉଡାଣ ପରୀକ୍ଷାମୂଳକ ଭାବେ ସଫଳ ହୋଇଛି।  ଭାରତୀୟ ବାୟୁସେନାର ଏକ ଏଏନ୍‌-୩୨ ବିମାନ ୧୦ ପ୍ରତିଶତ ଭାରତୀୟ ଜୈବ-ଇନ୍ଧନ ବ୍ୟବହାର କରି  ଲେହର ସବୁଠାରୁ ଉଚ୍ଚତାରେ ଥିବା କୁଶୋକ ବିମାନ ବନ୍ଦରରୁ ସଫଳ ଉଡାଣ କରିଛି। ଏ ସଂକ୍ରାନ୍ତରେ  ଶନିବାର ବାୟୁସେନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ଜୈବ ଇନ୍ଧନ ଛତିଶଗଡ଼ର ଆଦିବାସୀ କ୍ଷେତ୍ରରେ  ଚାଷ ହେଉଥିବା ଏକ ପ୍ରକାର ଗଛରୁ  ଉତ୍ପାଦନ କରାଯାଇଥାଏ। ୨୦୨୦ ଜାନୁଆରି ୩୧ ତାରିଖରେ ଭାରତୀୟ ବାୟୁସେନାର ଏକ ଏଏନ୍‌-୩୨ ବିମାନର  ଇନ୍ଧନରେ ୧୦ ପ୍ରତିଶତ ଜୈବ ଇନ୍ଧନ ମିଶ୍ରଣ କରାଯାଇ ଉଡାଣ  କରାଯାଇଥିଲା।  ବିମାନର ଦୁଇଟି ଇଞ୍ଜିନ୍‌ ଜୈବ- ଇନ୍ଧନ ଦ୍ୱାରା ଚାଳିତ ହେବା  ପ୍ରଥମ ଘଟଣା ବୋଲି କୁହାଯାଉଛି।

ସରକାରଙ୍କ ପକ୍ଷରୁ ପ୍ରକାଶ, ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନର ପରୀକ୍ଷାମୂଳକ ଉଡାଣ  କରାଯିବା ପୂର୍ବରୁ ଚଣ୍ଡୀଗଡ଼ ଏୟାରବେସ୍‌ରୁ ମଞ୍ଜୁରୀ ନିଆଯାଇଥିଲା। ଏହି ପରୀକ୍ଷଣ  ସ୍ବତନ୍ତ୍ର ପ୍ରଶିକ୍ଷଣ ନେିଥିବା ପାଇଲଟଙ୍କ ଏକ ଦଳ ଦ୍ୱାରା କରାଯାଇଥିଲା। ସମୁଦ୍ର ପତ୍ତନରୁ ୧୦, ୬୮୨ଫୁଟ ଉଚ୍ଚରେ ଥିବା ଲେହ ଦୁନିଆର ସବୁଠାରୁ କଠିନ ବିମାନ ଉହାଣ କ୍ଷେତ୍ର ମଧ୍ୟରୁ ଗୋଟିଏ। ଲେହରେ ବିମାନ ଅବତରଣ ଓ ଉଡାଣ ବହୁତ କଷ୍ଟକର ହୋଇଥାଏ।

ସମ୍ବନ୍ଧିତ ଖବର