ଭାରତର ପ୍ରଥମ ମହିଳା ଆଇଏଏସ୍‌ଙ୍କ ପରଲୋକ

ଥିରୁଅନନ୍ତପୁରମ୍‌: ସ୍ୱାଧୀନ ଭାରତର ପ୍ରଥମ ମହିଳା ଆଇଏଏସ୍‌ ଆନ୍ନା ରାଜମ୍‌ ମାଲହୋତ୍ରାଙ୍କର ଆଜି ପରଲୋକ ଘଟିଛି। ଅନ୍ଧେରୀ ଉପନଗରୀ ସ୍ଥିତ ତାଙ୍କ ବାସଭବନରେ ଆନ୍ନା ରାଜମ୍‌ ଆଜି ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରାଜମ୍‌ ଜୁଲାଇ ୧୯୨୭ ମସିହାରେ କେରଳର ଏର୍ନାକୁଲମ୍‌ରେ ଜନ୍ମ ଗ୍ରହଣ କରିଥିଲେ। ତେବେ କୋଝିକୋଡ଼୍‍ରେ ପଢ଼ା ସାରିବାପରେ ସେ ଉଚ୍ଚ ଶିକ୍ଷା ପାଇଁ ଚେନ୍ନାଇକୁ ଆସିଥିଲେ। ୧୯୫୧ ମସିହାରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ଆର ଏନ୍‌ ମାଲହୋତ୍ରାଙ୍କୁ ସେ ବିବାହ କରିଥିଲେ ଯିଏ କି ୧୯୮୫ରୁ ୧୯୯୦ ମସିହା ମଧ୍ୟରେ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର ଥିଲେ। ୧୯୮୯ ମସିହାରେ ସେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।

ସମ୍ବନ୍ଧିତ ଖବର