ନୂଆଦିଲ୍ଳୀ: ଆଜି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଭବନରେ ସନ୍ଧ୍ୟାରେ ଶପଥ ଗ୍ରହଣ କରିବେ ନମୋ। ଆଉ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସହ ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି ମୋଦି। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସହ ନରେନ୍ଦ୍ର ମୋଦି ସ୍ୱାଧୀନ ଭାରତରେ ଜନ୍ମ ନେଇଥିବା ପ୍ରଥମ ନେତା ପାଲଟିଥିଲେ।

Advertisment

ଏହାପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ସମସ୍ତ ନେତା ଦେଶ ସ୍ୱଧୀନ ହେବା ପୂର୍ବରୁ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ଏବେ ପର୍ଯ୍ୟନ୍ତ ଶପଥ ନେଇଥିବା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ନରେନ୍ଦ୍ର ମୋଦି ଜଣେ ମାତ୍ର ନେତା ଯିଏକି ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଛନ୍ତି। ୧୯୫୦ ସେପ୍ଟେଟର ୧୭ରେ ନରେନ୍ଦ୍ର ମୋଦି ଗୁଜୁରାଟର ବଡ଼ନଗରରେ ଜନ୍ମଗ୍ରହଣ କରିଥିଲେ। ଆଠ ବର୍ଷ ବୟସରୁ ହିଁ ଆରଏସଏସରେ ଯୋଗ ଦେଇଥିଲେ ମୋଦି। ତେବେ ୧୯୮୭ରେ ବିଜେପିରେ ଯୋଗ ଦେବା ସହ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।

publive-image

ତେବେ ୨୦୦୧ରେ ବିଜେପିର ନୂଆ ଚେହେରା ଭାବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ ନରେନ୍ଦ୍ର ମୋଦି। ଆଉ ୨୧୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଚାରି ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ମୋଦି। ତେବେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ନିଜ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି ମୋଦି। ୨୦୧୪ରେ ଏକାକୀ ବହୁମତ ହାସଲ କରି ମୋଦି ସରକାର ଗଢିଥିବା ବେଳେ ୨୦୧୯ରେ ମଧ୍ୟ ଏହାର ରିପିଟ ଦେଖିବାକୁ ମିଳିଛି।