ନୂଆଦିଲ୍ଲୀ: ଏ ବର୍ଷ ଶେଷ ସୁଦ୍ଧା ୩, ୩୨୩ କିଲୋମିଟର୍‌ ଦୀର୍ଘ ଭାରତ ଓ ପାକିସ୍ତାନ ସୀମାନ୍ତରେ ଭାରତୀୟ ସେନା ତା’ର ପ୍ରଥମ ‘ଇଣ୍ଟେଗ୍ରେଟେଡ୍‌ ବ୍ୟାଟଲ୍‌ ଗ୍ରୁପ୍‌’ (ଆଇବିଜି) ମୁତୟନ କରିବ ବୋଲି ଚିଫ୍‌ ଅଫ୍‌ ଷ୍ଟାଫ୍‌ ଆର୍ମି ଷ୍ଟାଫ୍‌ ଜେନେରାଲ୍‌ ବିପିନ ରାଓ୍ଵତ୍‌ କହିଛନ୍ତି। ପଶ୍ଚିମ ଓ ପୂର୍ବ ସୀମାନ୍ତର ସୁରକ୍ଷା ନିମନ୍ତେ ଭାରତୀୟ ସେନା ସମୁଦାୟ ୧୧ ରୁ ୧୩ ‘ଆଇବିଜି’ ଗଠନ କରି ମୁତୟନ କରିବ ବୋଲି ଯୋଜନା କରୁଛି।

Advertisment

ପଶ୍ଚିମ ସୀମାନ୍ତରେ ମୁତୟନ କରାଯିବାକୁ ‘ଆଇବିଜି’ ଗଠନ କରିବା ପାଇଁ ହିମାଚଳ ପ୍ରଦେଶର ୟୋଲ୍‌ ଠାରେ ଥିବା ୯ମ କର୍ପସ୍‌ ପୁନର୍ଗଠନ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମୋଦନ କରିଛି। ୨୦୦୯ରେ ଗଠିତ ୯ମ କର୍ପସ୍‌ ହରିୟାଣାର େଓ୍ଵଷ୍ଟର୍ଣ୍ଣ ଆର୍ମି କମାଣ୍ଡ୍‌ର ଚଣ୍ଡିମନ୍ଦିରର ଅଂଶ।

publive-image Image Source: Business Insider

ଏହା ହେଉଛି ସେନାର ସର୍ବବୃହତ୍‌ ପୁନର୍ଗଠନ ଏବଂ ଜେନେରାଲ୍‌ ରାଓ୍ଵତ୍‌ ହେଉଛନ୍ତି ଏହାର ମୁଖ୍ୟ ପ୍ରସ୍ତାବକ।

ରାଓ୍ଵାତ୍‌ କହିଛନ୍ତି: ସେକ୍ଟର୍‌ ରୁ ସେକ୍ଟର୍‌ ଚୟନଭିତ୍ତିରେ ଭାରତୀୟ ସେନାର ଯୁଦ୍ଧ ସାମର୍ଥର ପୁନର୍ଗଠନ କରାଯିବ। ପ୍ରଥମେ ଜମ୍ମୁ ଓ କଶ୍ମୀରସ୍ଥିତ ଆନ୍ତର୍ଜାତିକ ସୀମାନ୍ତ ଭାଗରେ ପୁନର୍ଗଠନ ହେବା ପରେ ଅନ୍ୟଗୁଡ଼ିକୁ ସେମିତି କରାଯିବ।

ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି: ମୋଟାମୋଟି ଆଇବିଜି ୨୦, ୦୦୦ ରୁ ୨୫, ୦୦୦ ଯବାନ ରହିବେ। ଜଣେ ମେଜର୍‌ ପାହ୍ୟାର ଅଫିସର୍‌ ଏହାର ନେତୃତ୍ୱ ନେବେ।

ସିକିମ୍‌ ସମେତ ଭାରତ-ତିବ୍ଦତୀୟ ସୀମାନ୍ତ ସୁରକ୍ଷିତ ରଖୁଥିବା ସିଲିଗୁଡ଼ିର ୩୩ କର୍ପସ୍‌ ପାଳି ଏହା ପରକୁ ଆସିବ।