ରିଆଦ : ସାଉଦି ଆରବରେ ଖୋଲିବ ପ୍ରଥମ ମଦ ଦୋକାନ । ଆଶ୍ଚର୍ଯ୍ୟ କଥା ହେଲେ ବି ତାହା ସତ। ତେବେ ଏହା ସ୍ଥାନୀୟ ଲୋକମାନଙ୍କ ପାଇଁ ନୁହେଁ, ବରଂ ସେଠାରେ ରହୁଥିବା ବିଦେଶୀ ଅଣ-ମୁସଲିମ କୂଟନୀତିଜ୍ଞମାନଙ୍କ ପାଇଁ ଖୋଲିବ। ସ୍ଥାନୀୟ ଲୋକମାନେ ଏଠାରୁ ମଦ କିଣିପାରିବେ ନାହିଁ । ଏହି ନୂଆ ଷ୍ଟୋରଟି ରିୟାଦର ଡିପ୍ଲୋମାଟିକ୍ କ୍ବାର୍ଟରରେ ଅବସ୍ଥିତ ।

Advertisment

ବିଦେଶୀ କୂଟନୀତିଜ୍ଞମାନେ ମଦ କିଣିବା ପୂର୍ବରୁ ଏକ ମୋବାଇଲ ଆପ ମାଧ୍ୟମରେ ପଂଜୀକରଣ କରିବାକୁ ପଡ଼ିବ । ସେଠାରୁ ଅନୁମତି ମିଳିବା ପରେ ସେମାନେ ମଦ କିଣିପାରିବେ । ପୁଣି ମାସକୁ ଜଣେ କେତେ ପରିମାଣରେ ମଦ କିଣିପାରିବ ସେ ସମ୍ପର୍କରେ ବି  ନିୟମ ରଖାଯାଇଛି ।

ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନ ନିଜ ଦେଶକୁ ମୌଳବାଦ ଢାଞ୍ଚାରୁ ମୁକ୍ତ କରି ଏକ ଆଧୁନିକ ପ୍ରଗତିଶୀଳ ଦେଶରେ ପରିଣତ କରିବାକୁ ଅନେକ ପଦକ୍ଷେପ ନେଉଛନ୍ତି । ସେ ଆସିବା ପରେ ମହିଳାମାନଙ୍କୁ ଗାଡ଼ି ଚାଳନା ଅନୁମତି ଦିଆଯାଇଥିଲା । ପୁଣି ସେଠାରେ ମଲଟିପ୍ଲେକ୍ସ ଖୋଲିଥିଲା । ୨୦୩୦ ପରେ ଦେଶର ଅଣ-ତୈଳ ଅର୍ଥନୀତିକୁ ବିକଶିତ କରିବାକୁ ବି ସାଉଦି ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ଅନୁସାରେ ଦେଶରେ ପର୍ଯ୍ୟଟନର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ସାଉଦି ଆରବ ମଧ୍ୟ ପାରମ୍ପରିକ ଶତ୍ରୁ ଦେଶ ଇସ୍ରାଏଲ ସହ ସଂପର୍କ ସ୍ଥାପନ କରୁଛି ।