ପ୍ରୟାଗରାଜ ଠାରେ ଆୟୋଜନ ହେବ ରାମ ଜନ୍ମଭୂମି ଟ୍ରଷ୍ଟ୍‍ର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷିତ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‍’ର ପ୍ରଥମ ବୈଠକ ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ଆୟୋଜନ କରାଯିବ।

ତାରିଖ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ଆଗାମୀ ୧୦ ଦିନ ମଧ୍ୟରେ ବୈଠକ ବସିବ ବୋଲି ଶୁକ୍ରବାର ଦିନ ଜଣାପଡ଼ିଛି। ଏଥିରେ ଅଧ୍ୟକ୍ଷ, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କୁ ଚୟନ କରାଯିବ।

Image Source: CNBC

ରାମ ମନ୍ଦିର ନିର୍ମାଣ ନିମନ୍ତେ ଦାନ ଗ୍ରହଣ କରିବା ନିମନ୍ତେ ଉପରୋକ୍ତ ଟ୍ରଷ୍ଟ୍‍ ନାମରେ ଗୋଟାଏ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ମଧ୍ୟ ଖୋଲାଯିବ। ବୈଠକ ସମୟରେ ରାମ ଜନ୍ମଭୂମୀ ନ୍ୟାସର ତଥା ଅଯୋଧ୍ୟାର ସବୁଠୁ ସମ୍ମାନନୀୟ ମୁନି ମହନ୍ତ ନୃତ୍ୟ ଗୋପାଳ ଦାସ ଏହି ଟ୍ରଷ୍ଟ୍‍ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ପାରନ୍ତି।

ବିଶ୍ୱ ହିନ୍ଦୁ ପରିଷଦ୍‌ର ବରିଷ୍ଠ ନେତା ଚମ୍ପତ ରାୟଙ୍କୁ ମଧ୍ୟ ଟ୍ରଷ୍ଟ୍‍ରେ ସାମିଲ କରାଯାଇ ସାଧାରଣ ସଚିବ କରାଯିବ ବୋଲି କଳ୍ପନାଜଳ୍ପନା ଚାଲିଛି। ଉତ୍ତର ପ୍ରଦେଶର ଅଯୋଧ୍ୟା ଠାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ସବୁକଥା ଚୂଡ଼ାନ୍ତ କରିବାକୁ ଏକ ସ୍ୱାଧୀନ ଟ୍ରଷ୍ଟ୍‍ ଗଠନ କରାଯିବାକୁ ପ୍ରଧାନମନ୍ତ୍ରୀ ଗୁରୁବାର ଦିନ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର