ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ରବିବାର ଦିନ ଦକ୍ଷିଣ କଶ୍ମୀରର ପୁଲୱାମା ଏବଂ ସୋପିଆଁ ଜିଲ୍ଲାରେ ପ୍ରଥମ ମଲ୍ଟିପ୍ଲେକ୍ସ ସିନେମା ହଲ ଉଦଘାଟନ କରିଛନ୍ତି। ଏଥି ସହିତ ଜମ୍ମୁ କଶ୍ମୀର ସରକାର ଆସନ୍ତା କିଛି ଦିନ ମଧ୍ୟରେ ଅନନ୍ତନାଗ, ଶ୍ରୀନଗର, ବନ୍ଦିପୋରା ସମେତ ୯ଟି ସହରରେ ସିନେମା ହଲ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ମଲ୍ଟିପ୍ଲେକ୍ସ ସିନେମା ହଲ ଉଦଘାଟନ କରି ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ, ଜମ୍ମୁ କଶ୍ମୀର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଆଜି ଏକ ବିଶେଷ ଦିନ।

Advertisment

ସେ କହିଛନ୍ତି ଯେ, ପୁଲୱାମା ଏବଂ ସୋପିଆଁରେ ମଲ୍ଟିପ୍ଲେକ୍ସ ସିନେମା ହଲ୍ ଖୋଲିବା ଦ୍ବାରା ଯୁବପିଢ଼ିମାନଙ୍କୁ ମନୋରଞ୍ଜନର ଏକ ନୂତନ ମାଧ୍ୟମ ମିଳିବ। ଆଜି ପୁଲୱାମା ଏବଂ ସୋପିଆଁରେ ମଲ୍ଟିପ୍ଲେକ୍ସ ସିନେମା ହଲ୍ ଉଦଘାଟନ ହୋଇଥିବା ବେଳେ ଆସନ୍ତା ମଙ୍ଗଳବାର ଦିନ ଶ୍ରୀନଗରରେ ମଲ୍ଟିପ୍ଲେକ୍ସ ଖୋଲାଯିବ। ଏହି ବିଶେଷ ଉତ୍ସବରେ ଆମୀର ଖାନଙ୍କ ଫିଲ୍ମ ଲାଲ ସିଂ ଚଢ଼ାର ଏକ ସ୍ୱତନ୍ତ୍ର ସ୍କ୍ରିନିଂର ଆୟୋଜନ କରାଯିବ। ଜିଲ୍ଲା ମୁଖ୍ୟାଳୟରେ ସିନେମା ହଲ ସ୍ଥାପନ କାର୍ଯ୍ୟ ଜିଲ୍ଲା ପ୍ରଶାସନର ସହଯୋଗରେ ସରକାରଙ୍କ ମିଶନ ଯୁବ ବିଭାଗ ଦ୍ୱାରା କରାଯାଇଛି।

ଏଭଳି କହି ଉପରାଜ୍ୟପାଳ ପୁଲୱାମା ଏବଂ ସୋପିଆଁରେ ଖୋଲିଥିବା ସିନେମା ହଲ୍କୁ ବିଶେଷ ଭାବରେ କଶ୍ମୀରର ଯୁବ ପିଢ଼ିଙ୍କୁ ଉତ୍ସର୍ଗ କରିଛନ୍ତି।