ଜେଲରେ ରିୟାଙ୍କ କଟିଲା ପ୍ରଥମ ରାତି : ରାତ୍ରି ଭୋଜନରେ ଦିଆଗଲା ଏହି ସବୁ ଖାଦ୍ୟ

ମୁମ୍ବାଇ: ଡ୍ରଗ୍ସ କାରବାର ମାମଲାରେ ନାରକୋଟିକ୍ସ ବ୍ୟୁରୋ ଦ୍ୱାରା ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କର ମୁମ୍ୱାଇର ବାଇକଲ୍ଲା ଜେଲ ହାଜତରେ କଟିଛି ପ୍ରଥମ ରାତି । ସୂଚନା ଅନୁସାରେ ଜେଲ ଭିତରେ ସିନାବୋରା ହତ୍ୟାକାଣ୍ଡରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସେଲ୍ ର ପାଖରେ ରହିଛି ରିୟାଙ୍କ ଜେଲ୍ କୋଠରୀ । ରିୟାଙ୍କୁ ଏବେ ବାଇକଲ୍ଲା ଜେଲ୍ ର ସର୍କଲ ୧ରେ ରଖାଯାଇଛି । ଏହି କୋଠରୀର ତିନି ପଟ କାନ୍ଥ ରହିଛି । ସାମ୍ନା ପଟରେ ଲୁହାର ଗ୍ରିଲ ରହିଛି । ପ୍ରଥମ ଦିନ ରାତିରେ ରିୟା ଯେତେବେଳେ ଜେଲ ହାଜତରେ ପହଞ୍ଚିଲେ ତାଙ୍କୁ ସାଧାରଣ ବାରାକରେ ରଖାଯାଇଥିଲା । ସୁରକ୍ଷା କାରଣରୁ ତାଙ୍କୁ ସର୍କଲ ୧ କୁ ସ୍ଥାନାନ୍ତର କରିଦିଆ ଯାଇଛି । ବୁଧବାର ସଂଧ୍ୟାରେ ରିୟାଙ୍କୁ ରାତ୍ରି ଭୋଜନରେ ୨ଟି ରୁଟି, ତରକାରୀ ଓ ଭାତ ଖାଇ ବାକୁ ଦିଆଯାଇଥିଲା । ଗତକାଲି ସଂଧ୍ୟା ୬ଟାରେ ତାଙ୍କୁ ଏହି ଖାଦ୍ୟ ଖାଇବାକୁ ଦିଆଯାଇଥିଲା ।

Rhea Chakraborty: Actress Riya Chakraborty To Remain In Jail Till September  22 In Drugs Case, Court Rejects Bail Application - The Indian Paper
The Indian Paper

ଆଜି ସକାଳ ପ୍ରାୟ ୧୦ଟାରେ ତାଙ୍କୁ ସକାଳ ଜଳଖିଆ ଦିଆଯାଇଥିବା ନେଇ ଜେଲ୍ ପକ୍ଷରୁ ସୂଚନା ମିଳିଛି । ଡ୍ରଗ୍ସ କାରବାର ମାମଲାରେ ରିୟାଙ୍କୁ ଗତ ୮ ତାରିଖରେ ଗିରଫ କରିଥିଲା ନାରକୋଟିକ୍ସ ବ୍ୟୁରୋ । କୋର୍ଟରେ ଜାମିନ୍ ନାମଂଜୁର ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ ଆଜି ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କର ଜାମିନ୍ ନେଇ ସ୍ପେଶାଲ କୋର୍ଟରେ ଶୁଣାଣି ହେବ । ଯଦି ଜାମିନ ନାମଞ୍ଜୁର ହୁଏ, ତେବେ ରିୟାଙ୍କୁ ସେପ୍ଟେମମ୍ବର ୨୩ପର୍ଯ୍ୟନ୍ତ ଜେଲରେ ରହିବା ପଡ଼ିବ।

ସମ୍ବନ୍ଧିତ ଖବର